Latest Odisha News

BREAKING NEWS

ମନ୍ତ୍ରୀ ପଦ ନପାଇବାରୁ ବିଧାୟକ ବ୍ଲାକମେଲିଂ କରୁଛନ୍ତି କହିଲେ ଅରୁଣ, ସୌମ୍ୟ କହିଲେ ଛାତିରେ ହାତ ରଖି ଆତ୍ମସମୀକ୍ଷା…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବିଧାୟକ ଅରୁଣ ସାହୁ ନିଜ ଦଳୀୟ ସହଯୋଗୀ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିବା ସହ ତାଙ୍କୁ କେବଳ ନିଜର ସ୍ୱାର୍ଥ ସାଧନ ପାଇଁ ଆଗ୍ରହୀ ବ୍ୟକ୍ତି ବୋଲି କହିଛନ୍ତି। ଅରୁଣ ସାହୁ କହିଛନ୍ତି ଯେ ସୌମ୍ୟ ପଟ୍ଟନାୟକ…

ରାଜଧାନୀରେ ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ କରି ୧୬ ପିନ୍ଧିଲେ ହାତକଡି

ଭୁବନେଶ୍ୱର: ରାଜଧାନୀରେ ଦୁଇଟି ପୃଥକ ଘଟଣାରେ ପୁଲିସ ଆକ୍ରମଣ ଓ ଭଙ୍ଗାରୁଜା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି। କମିସନରେଟ୍ ପୁଲିସର ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ଓ ୨ ତାରିଖରେ ଅଭିଯୁକ୍ତମାନେ ସହରର ପଦ୍ମକେଶରୀପୁରରେ ଦୁଇଟି ଘର ଭାଙ୍ଗିଥିଲେ। ଉଭୟଙ୍କ ଘରୁ ଜିନିଷପତ୍ର ବାହାରକୁ…

ଘର ନିର୍ମାଣ ନାଁରେ ନକଲି ଅନୁମୋଦନ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ତିନି ଅଧିକାରୀ ଗିରଫ

ସମ୍ବଲପୁର: ୨ ଲକ୍ଷରୁ ଅଧିକ ଟଙ୍କା ନେବା ପରେ ଜଣେ ବ୍ୟକ୍ତିଙ୍କୁ ନକଲି ବିଲଡିଂ ପ୍ଲାନ୍ ଅନୁମୋଦନ ଦେବା ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ)ର ଜଣେ ପ୍ଲାନ୍ ମେମ୍ବର ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଏସଡିଏର ପ୍ଲାନିଂ ମେମ୍ବର ବନ୍ଦିତା…

ରେଳଧାରଣାରେ ଯୁବକ ଯୁବତୀଙ୍କ ମୃତ ଦେହ ଉଦ୍ଧାର

ପୁରୀ: ଗୁରୁବାର ସନ୍ଧ୍ୟାରେ ପୁରୀ ରେଳ ଧାରଣାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ଆଧାର କାର୍ଡରୁ ଯତୀନ ଶଙ୍କର ପାଢ଼ୀ ଓ ସନ୍ତୋଷ କୁମାର ସାହୁଙ୍କ ଝିଅ ତୃପ୍ତିମୟୀ ସାହୁଙ୍କ ପରିଚୟ ମିଳିଛି। ଜିଆରପି ପୁରୀ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।…

କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ଵର: ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ରୋଜଗାର ମହାନିର୍ଦ୍ଦେଶାଳୟ (ଡିଜିଇ), ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଏବଂ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଖୋର୍ଦ୍ଧାଙ୍କ ମିଳିତ ଆନୁକୁଲ୍ୟରେ ଏକ ନିଯୁକ୍ତି ମେଳା ୦୬…

ନବରଙ୍ଗପୁର ବିଜେଡିରେ ଅସନ୍ତୋଷ, ପ୍ରଦୀପ ମାଝୀଙ୍କ ଭାଇ ଖୋଜୁଛନ୍ତି ନୂଆ ଦଳ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଶାସକ ବିଜୁ ଜନତା ଦଳରେ ଅସନ୍ତୋଷ ଦେଖାଦେଇଛି। ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀଙ୍କ ସାନ ଭାଇ ପ୍ରସନ୍ନ ମାଝୀଙ୍କୁ ରାଜନୈତିକ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ବିଜେଡିର ଝରିଗାଁ ବ୍ଲକ ଶାଖାକୁ ସମାଲୋଚନା କରିଛନ୍ତି। ଆଉ ଏବେ ସେ ନୂଆ ଦଳ…

ଗ୍ରାମାଞ୍ଚଳରେ ମିଳିବ ବିଏସଏନଏଲର ହାଇସ୍ପିଡ୍ ଇଣ୍ଟରନେଟ୍ କନେକ୍ଟିଭିଟି

ଭୁବନେଶ୍ୱର: ଓଡ଼ିଶା ଦୂରସଞ୍ଚାର ପରିମଣ୍ଡଳ ଗସ୍ତରେ ଅଛନ୍ତି ବିଏସ୍ଏନ୍ଏଲ୍ ବୋର୍ଡ ନିର୍ଦ୍ଦେଶକ (ଏଣ୍ଟରପ୍ରାଇଜ୍) ଭି. ରମେଶ। ତାଙ୍କର ଚାଲିଥିବା ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରର BSNL ଭବନରେ ୭ ତାରିଖ ପୂର୍ବାହ୍ନ ୧୦.୩୦ ରେ ରାଜ୍ୟ ଟେଲିକମ୍ ପ୍ରଦର୍ଶନର ସମୀକ୍ଷା ବୈଠକ ଯୋଗ ଦେଇଥିଲେ।…

କୋଠାର ସେଣ୍ଟରିଂ ଭୁଶୁଡିବାରୁ ତିନି ଓଡ଼ିଆ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ, ତିନି ଗୁରୁତର

ମାଲକାନଗିରି: ଛାତ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଏକ କାଠର ସେଣ୍ଟରିଂ ଭୁଶୁଡ଼ି ପଡ଼ିବା ଫଳରେ ଗୁରୁବାର ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମାଲକାନଗିରି ବଣ୍ଡା ଘାଟିର। ସେମାନେ ହେଲେ ବିକ୍ରମ ପ୍ରଧାନ, କୃଷ୍ଣ ପ୍ରଧାନ ଓ ରାମଚନ୍ଦ୍ର…

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚରେ ପୁନର୍ବାର ବର୍ଷା ଆଶଙ୍କା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ମୁକାବିଲା ଦେଖିବା ପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ପ୍ରଥମ ମ୍ୟାଚ ବାତିଲ ହେବା ପରେ ଏବେ ସୁପର ୪ ମୁକାବିଲା ମଧ୍ୟ ଖେଳାଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାଣିପାଗ ରିପୋର୍ଟ ଅନୁସାରେ ରବିବାର ଦିନ ଏଠାରେ…

ଯୁବରାଜ୍ ଓ ବୁମ୍ରାଙ୍କ ପରେ ଆଉ ଜଣେ ଷ୍ଟାର୍ କ୍ରିକେଟର୍ ଏବେ ବାପା ହେବାକୁ ଯାଉଛନ୍ତି

ନୁଆଦିଲ୍ଳୀ: ବର୍ତ୍ତମାନ ଭାରତୀୟ ଦଳ ଏସିଆ କପ୍ ୨୦୨୩ ରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ଅନେକ କ୍ରିକେଟରଙ୍କ ଘରେ ଖୁସିର ପ୍ରତିଧ୍ୱନୀ ଶୁଣାଯାଉଛି। ସମ୍ପ୍ରତି ଜସପ୍ରୀତ ବୁମ୍ରା ଏବଂ ସଞ୍ଜନା ପିତାମାତା ହୋଇଛନ୍ତି । ଏହାପୂର୍ବରୁ ଯୁବରାଜ୍ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ ଦ୍ୱିତୀୟ ଥର ପାଇଁ…