Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚରେ ପୁନର୍ବାର ବର୍ଷା ଆଶଙ୍କା

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ମୁକାବିଲା ଦେଖିବା ପାଇଁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଥିଲେ । ପ୍ରଥମ ମ୍ୟାଚ ବାତିଲ ହେବା ପରେ ଏବେ ସୁପର ୪ ମୁକାବିଲା ମଧ୍ୟ ଖେଳାଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପାଣିପାଗ ରିପୋର୍ଟ ଅନୁସାରେ ରବିବାର ଦିନ ଏଠାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏବେ ବି ଏଠାରେ ବର୍ଷା ଲାଗି ରହିଛି । ସୁପର ୪ ମୁକାବିଲାକୁ ବର୍ଷା ଯୋଗୁ କଲମ୍ବୋ ବଦଳରେ ହାମ୍ବନଟୋଟା ଓ ଦାମ୍ବୁଲାରେ କରିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ସେ ଭଳି କିଛି ହେଲା ନାହିଁ ।

ଟିମ ଇଣ୍ଡିଆ ଗୁରୁବାର ଇନଡୋର ଷ୍ଟାଡିୟମରେ ଅଭ୍ୟାସ କରିଥିଲେ । ଆଗକୁ ଦିନିକିଆ ବିଶ୍ୱକପ ଥିବାରୁ ଅଭ୍ୟାସ ଦୃଷ୍ଟିକୋଣରୁ ଭାରତ-ପାକ ମ୍ୟାଚର ଗୁରୁତ୍ୱ ଅଧିକ ରହିଥିଲା । ପ୍ରଥମ ମ୍ୟାଚରେ କେବଳ ଗୋଟିଏ ଇନିଂସ ଖେଳାଯିବା ସମ୍ଭବପର ହୋଇଥିଲା । ବର୍ଷା ଯୋଗୁ ଏସିଆ କପର ମଜା ନଷ୍ଟ ହେଉଥିବା ପ୍ରଶଂସକମାନେ କହିଛନ୍ତି ।

Leave A Reply

Your email address will not be published.