Latest Odisha News

ଯୁବରାଜ୍ ଓ ବୁମ୍ରାଙ୍କ ପରେ ଆଉ ଜଣେ ଷ୍ଟାର୍ କ୍ରିକେଟର୍ ଏବେ ବାପା ହେବାକୁ ଯାଉଛନ୍ତି

ନୁଆଦିଲ୍ଳୀ: ବର୍ତ୍ତମାନ ଭାରତୀୟ ଦଳ ଏସିଆ କପ୍ ୨୦୨୩ ରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ଅନେକ କ୍ରିକେଟରଙ୍କ ଘରେ ଖୁସିର ପ୍ରତିଧ୍ୱନୀ ଶୁଣାଯାଉଛି। ସମ୍ପ୍ରତି ଜସପ୍ରୀତ ବୁମ୍ରା ଏବଂ ସଞ୍ଜନା ପିତାମାତା ହୋଇଛନ୍ତି । ଏହାପୂର୍ବରୁ ଯୁବରାଜ୍ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ ଦ୍ୱିତୀୟ ଥର ପାଇଁ ସନ୍ତାନ ସୁଖ ପାଇଥିଲେ । ତେବେ ବର୍ତ୍ତମାନ ଆଉ ଜଣେ କୁନି ଅତିଥି ଭାରତୀୟ ଦଳର ଅନ୍ୟ ଜଣେ ଷ୍ଟାର୍ କ୍ରିକେଟରଙ୍କ ଘରକୁ ଆସିବାକୁ ଯାଉଛନ୍ତି ।
ଭାରତୀୟ ଦଳର ଷ୍ଟାର୍ ବୋଲର ଇଶାନ୍ତ୍ ଶର୍ମା ଖୁବ୍ ଶୀଘ୍ର ବାପା ହେବାକୁ ଯାଉଛନ୍ତି । ତାଙ୍କ ପତ୍ନୀ ପ୍ରତୀମା ସିଂ ଗର୍ଭବତୀ ଅଛନ୍ତି । ନିକଟରେ ପ୍ରତୀମା ସିଂଙ୍କ ଶିଶୁ ସାୱାର ସମାରୋହର ଆୟୋଜନ କରାଯାଇଥିଲା । ପ୍ରତୀମା ଇନଷ୍ଟାଗ୍ରାମରେ ସମାରୋହର କିଛି ଫଟୋ ସେୟାର କରିଛନ୍ତି। ଏନେଇ ଆଇପିଏଲ୍ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟ ପ୍ରତୀମା ସିଂ ଓ ଇଶାନ୍ତ ଶର୍ମାଙ୍କୁ ଅଭିନନ୍ଦନ ଜଣାଇଛି ।

ଦିଲ୍ଲୀର ଇଶାନ୍ତ ଶର୍ମାଙ୍କ ଘରେ ଆୟୋଜିତ ପ୍ରତୀମାଙ୍କ ଶିଶୁ ସାୱାର କାର୍ଯ୍ୟକ୍ରମରେ କେବଳ ପରିବାର ସଦସ୍ୟ ଏବଂ କିଛି ବିଶେଷ ବନ୍ଧୁ ଯୋଗ ଦେଇଥିଲେ । ସର୍ବପ୍ରଥମେ ଇଶାନ୍ତଙ୍କ ଶାଳୀ ଅର୍ଥାତ୍ ପ୍ରତୀମାଙ୍କ ଭଉଣୀ ଆକାଂକ୍ଷା ଏହି ଦମ୍ପତିଙ୍କ ଶିଶୁ ସାୱାର ସମାରୋହର ଫଟୋ ସେୟାର କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମାରୋହରେ ଇଶାନ୍ତ ଏବଂ ପ୍ରତୀମା ଏକାଠି କେକ୍ କାଟିବା ସହିତ ଫଟୋ କ୍ଲିକ୍ ମଧ୍ୟ କରିଥିଲେ । ତେବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ଫଟୋରେ ଅନେକ କ୍ରିକେଟ୍ ସେଲିବ୍ରେଟି ଓ ପ୍ରଶଂସକମାନେ ଇଶାନ୍ତ ଏବଂ ତାଙ୍କ ପତ୍ନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।  ଡିସେମ୍ବର ୨୦୧୬ରେ ସେମାନଙ୍କର ବିବାହ ହୋଇଥିଲା । ବିବାହର ୬ ବର୍ଷରୁ ଅଧିକ ସମୟ ପରେ ଏହି ଦମ୍ପତି ପ୍ରଥମ ଥର ପାଇଁ ପିତାମାତା ହେବାକୁ ଯାଉଛନ୍ତି ।  ଇଶାନ୍ତ ଶର୍ମା ଦୀର୍ଘ ଦିନ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ତାଙ୍କର ତୀକ୍ଷ୍ଣ ବୋଲିଂ ଦ୍ୱାରା ସେ ଅନେକ ବଡ଼ ବଡ଼ ମ୍ୟାଚ୍‌ରେ ଦଳକୁ ଜିତାଇଛନ୍ତି ।ସୁଚନା ଥାଉକି, ଇଶାନ୍ତଙ୍କ ପତ୍ନୀ ପ୍ରତୀମା ମଧ୍ୟ ଜଣେ କ୍ରୀଡ଼ାବିତ୍ । ସେ ଏକ ଜାତୀୟ ସ୍ତରର ବାସ୍କେଟବଲ୍ ଖେଳାଳୀ । ଏକ ଇଭେଣ୍ଟରେ ଇଶାନ୍ତ ଏବଂ ପ୍ରତୀମାଙ୍କ ଦେଖା ସାକ୍ଷାତ୍ ହୋଇଥିଲା । କିଛି ଦିନ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଉଭୟଙ୍କ ପ୍ରଶଂସକ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.