Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ନିଆଁ: ଆମ୍ବ କିଲୋ ୧୦୦କୁ ସେଓ କିଲୋ ୨୦୦ ଟଙ୍କା

କେନ୍ଦୁଝର : ସାବିତ୍ରୀ ବ୍ରତ । ବ୍ରତ ପୂର୍ବରୁ ଫଳ ବଜାରରେ ଲାଗିଲାଣି ନିଆଁ । ଆମ୍ବ କଲୋ ପିଛା ଦର ୧୦୦ଟଙ୍କା ପାର କରି ଯାଇଥିବାବେଳେ ସେଓ କିଲୋ ୨ଶହ ଟଙ୍କା ଉପରେ ରହିଛି । ଲିଚି କଲୋ ପିଛା ଦାମ ୧୨୦ ଟଙ୍କା ଉପରେ ରହିଛି । କମଳା, ଅଂଗୁର କଥା ନକହିବା ଭଲ । ପଣସ , ସପୁରୀ ଦରରେ ବି ହାତ ମାରି ହେଉନି । ହେଲେ, ଓଷା ପାଇଁ ଲୋକମାନେ ବାଧ୍ୟ ହୋଇ କିଲେ ଜାଗାର  କିଏ ଅଧା କିଲୋ କିଣୁଛି ତ ଆଉ କିଏ ଅଢ଼େଇ ଶହ କିଣି କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି ।

ସାବିତ୍ରୀ ବ୍ରତରେ ବିଧି ଅନୁସାରେ ବିଭିନ୍ନ ପ୍ରକର ଫଳମୂଳ ସହ ପୂଜାର୍ଚ୍ଚନା କରାଯାଇଥାଏ ।ଏଥିଲାଗି ଏବେ ବଜାରରେ ବିଭିନ୍ନ ପ୍ରକାର ଫଳ ମୂଳର ସମ୍ଭାର। ବଡ଼ବିଲ ଓ ଯୋଡ଼ା ସହରରେ ମଧ୍ୟ ସାବିତ୍ରୀ ବ୍ରତ ଲାଗି ବିଭିନ୍ନ ସ୍ଥାନରେ ନାନା ପ୍ରକାର ଫଳ। ବିକ୍ରି ଆରମ୍ଭ ହୋଇ ଗଲାଣି।

ଆମ୍ବ , ଲିଚୁ , ପିଜୁଳି , ଅଙ୍ଗୁର , ସପୁରୀ , କଦଳୀ , ସେଓ , ନାସପାତି , କମଳା ଆଦି ମିଳୁଥିବା ବେଳେ ଫଳ ଗୁଡିକର ଦର ମଧ୍ୟ ବଢିବା ଆରମ୍ଭ ହେଲାଣି। କୌଣସି ଫଳ କେଜି ପ୍ରତି ୧୦୦ ଟଙ୍କା ତଳେ ନାହିଁ । ସାବିତ୍ରୀ ବ୍ରତ ଆଉ ଗୋଟିଏ ଦିନ ବାକି ଥିବାରୁ ଫଳ ର ଦର ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Leave A Reply

Your email address will not be published.