Latest Odisha News

BREAKING NEWS

କ୍ରମାଗତ ୯ ଦିନ ଧରି ଦେଶରେ ବଢୁଛି ତୈଳ ଦର, ଜାଣନ୍ତୁ କେଉଁଠି କେତେ ଦାମ୍

ନୂଆଦିଲ୍ଲୀ: ଅଏଲ୍ ମାର୍କେଟିଂ କମ୍ପାନୀ (ଓଏମସି) ବୁଧବାର ଦିନ ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରିଛନ୍ତି। ତୈଳ ମୂଲ୍ୟ କ୍ରମାଗତ ନବମ ଦିନ ବଢିବା ସହ ପେଟ୍ରୋଲ ଏବଂ ଡିଜେଲ ପ୍ରାୟ ୨୫ ପଇସା ବୃଦ୍ଧି ହୋଇଛି।

ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ବର୍ତ୍ତମାନ ଲିଟର ପିଛା ୮୯.୫୪ ଟଙ୍କା ଥିବାବେଳେ ମୁମ୍ବାଇରେ ପ୍ରଥମ ଥର ପାଇଁ ୯୬ ଟଙ୍କା ଛୁଇଁଛି। କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ଭୁବନେଶ୍ୱର, ହାଇଦ୍ରାବାଦ, ଜୟପୁର, ପାଟନା ଏବଂ ଥିରୁବନନ୍ତପୁରମ୍ ସମେତ ଅନେକ ସହରରେ ପେଟ୍ରୋଲ ମୂଲ୍ୟ ୯୦ ଟଙ୍କା ଅତିକ୍ରମ କରିଛି।

ଗତ ନଅ ଦିନ ମଧ୍ୟରେ ଡିଜେଲ ହାରରେ ମଧ୍ୟ ଦ୍ରୁତ ବୃଦ୍ଧି ଘଟିଛି। ଦିଲ୍ଲୀରେ ଏହା ଲିଟର ପିଛା ୭୯.୯୫ ଟଙ୍କା ରହିଛି। ଦିଲ୍ଲୀ ଏବଂ ଚଣ୍ଡିଗଡ଼ ବ୍ୟତୀତ ଦେଶର ଅଧିକାଂଶ ସ୍ଥାନରେ ଡିଜେଲ ଦର ୮୦ ଟଙ୍କା ଅତିକ୍ରମ କରିଛି।

ସେହିପରି କୋଲକାତାରେ ଡିଜେଲର ମୂଲ୍ୟ ଲିଟର ପିଛା ୮୩.୫୪ ଟଙ୍କା ଥିବାବେଳେ ମୁମ୍ବାଇରେ ଏହା ୮୭ ଟଙ୍କା ଛୁଇଁଛି। ଅପରପକ୍ଷେ ଚେନ୍ନାଇରେ ଏହା ପ୍ରଥମ ଥର ପାଇଁ ୮୫ ଟଙ୍କା ଅତିକ୍ରମ କରିଛି।

Comments are closed.