Latest Odisha News

ସ୍ପେଶାଲ୍ ସ୍କ୍ୱାଡ୍ ହାତରେ ୪ ଲୁଟେରା, ୧୨ଟି ସୁନା ଚେନ୍ ଜବତ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱା଼ଡ୍ ଲୁଟେରା ଗ୍ୟାଙ୍ଗର ୪ ଜଣ ଅଭିଯୁକ୍ତଙ୍କୁ ଧରିଛି । ଏହି ଅଭିଯୁକ୍ତମାନେ ରାଜଧାନୀରେ ଘଟିଥିବା ବିଭିନ୍ନ ଲୁଟ୍ ଘଟଣାରେ ସମ୍ପୃକ୍ତି । ରିପୋର୍ଟ ଅନୁସାରେ, ସ୍ପେଶାଲ୍ ସ୍କ୍ୱାଡ୍ ସେମାନଙ୍କ ଠାରୁ ୧୨ଗୋଟି ସୁନା ଚେନ୍ ଜବତ କରିଛି । ଜବତ ସୁନା ଚେନ୍ ୮୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୪ ଲ୭ ଟଙ୍କା ହେବ ।

ସ୍ପେଶାଲ୍ ସ୍କ୍ୱାଡ୍ ସୁନା ଚେନ୍ ସହ ୩ଟି ଗାଡ଼ି ଓ ଅନ୍ୟ ଅପରାଧିକ ସାମଗ୍ରୀ ଅଭିଯୁକ୍ତଙ୍କଠାରୁ ଜବତ କରିଛି । ଏହି ଅଭିଯୁକ୍ତ ମାନେ ରାଜଧାନୀରେ ଘଟିଥିବା ଏକାଧିକ ଛିନତାଇ, ଲୁଟରେ ସମ୍ପୃକ୍ତ । ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଧରିବା ଲାଗି ପୋଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.