Latest Odisha News

BREAKING NEWS

ଆଗାମୀ ଦିନରେ ଆହୁରି କମିପାରେ ତୈଳ ଦର

ନୂଆଦିଲ୍ଲୀ: ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆହୁରି ହ୍ରାସ ପାଇପାରେ। କାରଣ କେନ୍ଦ୍ର ସରକାର ଏହାର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭରୁ ୫ ମିଲିୟନ (୫୦ ଲକ୍ଷ) ବ୍ୟାରେଲ ଅଶୋଧିତ ତୈଳ ଛାଡିବାକୁ ନିଷ୍ପତ୍ତି ନେଇଛି।

ଭାରତର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ମଙ୍ଗଳବାର ଦିନ ଦିଲ୍ଲୀର ବରିଷ୍ଠ ମନ୍ତ୍ରଣାଳୟ ଏବଂ ତୈଳ ମାର୍କେଟିଂ କମ୍ପାନୀର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ ତରଳ ହାଇଡ୍ରୋକାର୍ବନର ମୂଲ୍ୟ ଯୁକ୍ତିଯୁକ୍ତ, ଦାୟିତ୍ବବାନ ଏବଂ ମାର୍କେଟ  ଫୋର୍ସେସ୍‌ ଦ୍ବାରା ନିର୍ଣ୍ଣୟ କରାଯିବା ଉଚିତ।

Comments are closed.