କବିତା : କଟକ

ଚାରୁଦତ୍ତ ପାଣିଗ୍ରାହୀ 

ପ୍ରାୟ ଭାବେ
କଟକର ପାଗଳାମି
ବା
ଖାମଖିଆଲି ଟା କଣ
ଏତେ ଯୁଗାନ୍ପୁଯୋଗୀ
ବା
ଏତେ ଅଦରକାରୀ
ଯେ
ନିଜତ୍ବ ଲୋପ ପାଇବାଟା
ପୁଣି ଗୋଟାଏ ପ୍ରବୃତ୍ତି !!

ପ୍ରାୟତଃ ନିର୍ଭିକ ପ୍ରେମିକ
ଟିକେ ବେକାର
ଟିକେ ନାଚାର
ଆଉ ମସ୍ତ କଳାକାର !!

କେବେ ନିଜ କଥା ମନେ ପଡ଼େନି
ପର ଚର୍ଚ୍ଚାରେ ମସଗୁଲ ଖଟି
ସେଥିରେ ଭି ସମାଜ କର୍ମୀ ର
ଦମ୍ଭୋକ୍ତି
ଆଉ ବହୁତ କିଛି ଜାଣିଥିବାର ବାହାଦୁରୀ !!

ବାହା ଘର ବହୁ ବର୍ଷ ପରେ ଭି
ସେଇ ବିଗତ ଚାହାଣି ସାଙ୍ଗେ
ରିକସା ରେ, ପଡୋଶୀ ସାହିରେ
ଉଷ୍ମତା ର ବଡ ରୀସ୍କ
ଆଉ ଅଦମ୍ୟ ହୀରୋ ହେବାର
ଗପର ପୀଠ
ସବୁ କ’ଣ ଅଯଥା
ଏବେ ?

କଟକ କଣ ଖାଲି ସ୍ମୃତିର
ମାଲଗୋଦାମ
ଅନାର୍ଯ୍ୟଙ୍କ ବସ୍ତି
ବେକାରିଆଙ୍କ ପାନ ଖିଆ ଲାଲ କାନ୍ଥ ?
ଗୁଲି କରୁଥିବା, ମାତାଲ, ଇତିହାସ ଦୋହରାଇୟି ବାର
ଆବର୍ଜନା ?

ବେପରୁଆ ବୋଲି କଣ
କମ ପ୍ରେମିକ?
ନା
କମ ଚାଲୁ ବୋଲି
ବାଳୁଙ୍ଗା ?

କାହିଁ,
ଆମକୁ କେବେ ଥରେ
ପଚାର
କେତେ ପ୍ରେମ କରୁ ନିଜକୁ ?
ଜାଣିବ ଖାମଖିଆଲର
ଅସଲ ଗାମ୍ଭିର୍ଯ୍ୟ
ଜଦି ତୁମେ
ବୁଝିପାର
କଟକଟା ଚିର ତରୁଣ ମୃତ୍ୟୁଞ୍ଜୟ

ଦିଲ୍ଲୀ
Email: [email protected]