Latest Odisha News

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ମହାଯଜ୍ଞର ଆଜି ହେଉଛି ପୂର୍ଣ୍ଣାହୂତି । ଆଜି ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ସକାଳ ୯ଟା ୪୫ରୁ ୧୦ଟା ମଧ୍ୟରେ ଶିଳା ବିଜେ, ୧୦ଟା ୧୫ରୁ ୧୦.୩୦ ମଧ୍ୟରେ ଶିଳା ସ୍ଥାପନ ଓ ପୁଷ୍ପାଞ୍ଜଳି ପାଇଁ ସମୟ ସ୍ଥିର ହୋଇଛି । ଏହାପରେ ପୂର୍ଣ୍ଣହୂତି ହେବ । ଏହି ଅବସରରେ ପରିକ୍ରମା ପ୍ରକଳ୍ପର ଏକ ମଡ଼େଲ ଅନାବରଣ କାର୍ଯ୍ୟ କରାଯିବ । ଏହାସହ ମହାପ୍ରଭୁଙ୍କ ପାଇଁ ଜମି ଦାନ କରିଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ ।

ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ଉତ୍ସବ ପ୍ରାୟ ୨ଘଣ୍ଟା ଧରି ଚାଲିବ । ଏହି ପ୍ରକଳ୍ପରେ ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ସୁରକ୍ଷା କରିଡ଼ର ସହ ସବୁଜ ବଳୟ ସୃଷ୍ଟି ଓ ସୌନ୍ଦର୍ଯ୍ୟକରଣ କରାଯିବ । ଭକ୍ତଙ୍କ ପାଇଁ ଆନୁସଙ୍ଗିକ ସୁବିଧା ସୁଯୋଗ ପାଇଁ ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏଥିପାଇଁ ୩ ଅତିରିକ୍ତ ଏସପି, ୧୦ ଡ଼ିଏସପି, ୪୦ ଇନ୍ସପେକ୍ଟରଙ୍କ ସହ ୨୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।

Leave A Reply

Your email address will not be published.