Latest Odisha News

BREAKING NEWS

ମଧ୍ୟପ୍ରଦେଶରେ ପେଟ୍ରୋଲ ୧୦୦ ପାର୍, ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେପି ମନ୍ତ୍ରୀ

ଭୋପାଳ: ଦେଶରେ ପ୍ରତିଦିନ ବଢ଼ୁଛି ଡିଜେଲ ଓ ପେଟ୍ରୋଲ ଦର । ମଧ୍ୟପ୍ରଦେଶ ଓ ରାଜସ୍ଥାନର କେତେକ ଜିଲ୍ଲାରେ ପେଟ୍ରୋଲର ଲିଟର ପିଛା ଦର ଶହେ ଟଙ୍କାରୁ ଅଧିକ । ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୧ ପଇସା ଓ ଡିଜେଲ ଲିଟର ପିଛା ୩୩ ପଇସା ବଢ଼ିଛି । ଏହାକୁ ମିଶାଇ ଚଳିତ ମାସରେ ୧୩ ଥର ବଢ଼ିଲାଣି ତୈଳଦର ।

ମଧ୍ୟପ୍ରଦେଶ ଚିକିତ୍ସା ଶିକ୍ଷା ମନ୍ତ୍ରୀ ବିଶ୍ୱାସ ସାରଙ୍ଗ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଶ୍ୱାସ ସାରଙ୍ଗଙ୍କ ଅନୁସାରେ, ସୌର ଓ ବିଦ୍ୟୁତ୍ ଶକ୍ତିର ଉପଯୋଗକୁ ପ୍ରୋତ୍ସାହନ ଦେବା ଲାଗି ପିଏମ୍ ମୋଦିଙ୍କୁ ଧନ୍ୟବାଦ ଦେବା କଥା । ସେ କହିଛନ୍ତି- ‘ମୂଲ୍ୟବୃଦ୍ଧି ଯୋଗୁଁ ଦେଶରେ ଇଲେକ୍ଟ୍ରିକ୍ ଓ ସୌର ଶକ୍ତିଚାଳିତ ଗାଡ଼ି ଚଳାଇବା ସରକାରଙ୍କ ଉଦ୍ଦେଶ୍ୟ । ପେଟ୍ରୋଲ ଓ ଡିଜେଲ ଦର ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରେ । ସେଥିପାଇଁ ଏମିତି ବଢୁଛି ।’

ମଧ୍ୟପ୍ରଦେଶର ଅନୁପପୁରରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ୨୫ ପଇସା ଓ ଡିଜେଲର ଲିଟର ପିଛା ଦର ୯୦ ଟଙ୍କା ୩୫ ପଇସା ରହିଛି । ଦେଶରେ ସବୁଠୁ ଅଧକ ଭାଟ ରାଜସ୍ଥାନ ନେଉଥିବା ବେଳେ ମଧ୍ୟପ୍ରଦେଶ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.