Latest Odisha News

BREAKING NEWS

ଆଜି ଦେଶରେ କରୋନା ଆକ୍ରାନ୍ତ ଅଧିକ, ସୁସ୍ଥ କମ୍

ନୂଆଦିଲ୍ଲୀ: ଦେଶରେ କରୋନା କାୟା କମିଥିଲେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଅଧିକ ଆକ୍ରାନ୍ତ । ସୁସ୍ଥ ହୋଇଛନ୍ତି କମ୍ । ଦିନକରେ ଦେଶରେ ସଂକ୍ରମିତ ହୋଇଛନ୍ତି ୧୩ହଜାର ୧୯୩ ଜଣ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୦ହଜାର ୮୯୫ ଆକ୍ରାନ୍ତ ।
ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୯ଲକ୍ଷ ୬୩ହଜାର ୩୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧କୋଟି ୬ଲକ୍ଷ ୬୭ହଜାର ୭୪୧ ସଂକ୍ରମିତ । ଏବେ ଦେଶରେ ୧ଲକ୍ଷ ୩୯ହଜାର ୫୪୨ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ନେଇଛି ଆଉ ୯୭ଜୀବନ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୬ହଜାର ୧୧୧ ଛୁଇଁଛି । ସେହିପରି ବର୍ତ୍ତମାନ ସୁଦ୍ଧା ଦେଶରେ କୋଭିଡ୍ ଟିକା ନେଲେଣି ୧କୋଟି ୧ଲକ୍ଷ ୮୮ ହଜାର ।

Leave A Reply

Your email address will not be published.