Latest Odisha News

BREAKING NEWS

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ହାତୀ, ଭାଙ୍ଗିଲା ପାଚେରୀ

କଟକ: ଓଡ଼ିଶା ହାତୀଙ୍କ ସମସ୍ୟା ସହ ଯୁଦ୍ଧ ଲଢ଼ୁଛି । ଗୋଟିଏ ପଟେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ୧୨ ଦିନରେ ୬ ହାତୀଙ୍କ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ କଟକ ସହରରେ ହାତୀ ପଶିଛି । ଓଡ଼ିଶାର ପୁରାତନ ବିଶ୍ୱବିଦ୍ୟାଳୟ ରେଭେନ୍ସା କ୍ୟାମ୍ପସରେ ବୁଲୁଛି ଦନ୍ତା ହାତୀ ।

ଶୁକ୍ରବାର ସିଡିଏ-୧୩ରେ ଥିବା ରେଭେନ୍ସ କ୍ୟାମ୍ପସ୍ ପରିସରରେ ଗୋଟିଏ ଦନ୍ତା ହାତୀ ପଶିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ହାତୀଟି କ୍ୟାମ୍ପସ୍ ଭିତରେ ପଶିବା ସହ ଗୋଟିଏ ପାଚେରୀ ଭାଙ୍ଗି ଦେଇଛି । ପୂର୍ବରୁ ହାତୀପଲ ମହାନଦୀ ବ୍ରିଜ୍ ଦେଇ ସିଡିଏ ପଟକୁ ଯାଇଥିଲେ ।

Leave A Reply

Your email address will not be published.