ଭୁବନେଶ୍ୱର: ଓଡ଼ିଶା ଇତିହାସରେ ଯୋଡ଼ି ହେଲା ସ୍ଵର୍ଣ୍ଣିମ ଅଧ୍ୟାୟ। ଐତିହାସିକ ମୂହୂର୍ତ୍ତର ମୂକସାକ୍ଷୀ ପାଲଟିଲା ବିଧାନସୌଧ। ପ୍ରଥମ ଥର ପାଇଁ ବିଧାନସଭାକୁ ସମ୍ବୋଧନ କଲେ ମହାମହିମ। ଅଭିଭାଷଣରେ ଲୋକ ପ୍ରତିନିଧିଙ୍କୁ ରାଷ୍ଟ୍ରପତି ଦେଇଛନ୍ତି ପରାମର୍ଶ। ସେ କହିଛନ୍ତି, ଜନଗଣ ଭାଗ୍ୟବିଧାତା, ସେମାନଙ୍କ ହାତରେ ଅସୀମ କ୍ଷମତା। ଶାସନ ଜନଗଣଙ୍କ ହାତରେ, ଆପଣ ସେମାନଙ୍କ ପ୍ରତିନିଧି।
କେତେ ଆଶା ବିଶ୍ବାସ ନେଇ ସେମାନେ ଆପଣଙ୍କୁ ପଠାଇଛନ୍ତି। ସେମାନଙ୍କର ଆଶା, ସ୍ବପ୍ନ ପୂରଣ କରିବା ଆପଣଙ୍କ କର୍ତ୍ତବ୍ୟ। ଆପଣ ଏପରି କାର୍ଯ୍ୟ କରିବେ ଯାହା ଲୋକଙ୍କ ହିତ ପାଇଁ ଆସିବ। ଜନ ପ୍ରତିନିଧି ଭାବେ ଆପଣ ସମାଜରେ ଚିହ୍ନା ମୁହଁ। ଆପଣ କଣ କରୁଛନ୍ତି, କହୁଛନ୍ତି ଜାଣିବାକୁ ଉତ୍ସୁକତା ଥାଏ। ତେଣୁ ଆପଣଙ୍କ ଆଚରଣ ଓ ଉଚ୍ଚାରଣ ବହୁତ ମୂଲ୍ୟବାନ।
ଆପଣ ଯାହା କରିବେ, ଜନତା ତାହାକୁ ଫଲୋ କରିବେ। ଗୃହରେ ଆପଣ କଣ କରୁଛନ୍ତି, ତାହା ସମସ୍ତେ ଜାଣି ପାରୁଛନ୍ତି। ଗୃହରେ ଓ ଗୃହ ବାହାରେ ଆପଣଙ୍କ ଆଚରଣ ଠିକ୍ ରହିବା ଦରକାର ବୋଲି କହିଛନ୍ତି ରାଷ୍ଟ୍ରପତି। ଅନ୍ୟପଟେ ବିଧାନସଭା ଗୃହରେ ରାଷ୍ଟ୍ରପତିଙ୍କୁ ବଧାଇ ଜଣାଇ ବିବୃତି ରଖିଲେ ବାଚସ୍ପତି। ରାଜନୈତିକ କ୍ୟାରିୟର ଓ ଅନ୍ୟାନ୍ୟ କାର୍ଯ୍ୟକୁ ମନେ ପକାଇଲେ। ବିଧାନସଭା ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କହିଲେ ବାଚସ୍ପତି।
Comments are closed.