ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପିତ ହେଲା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ପେଡି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଆପଣଙ୍କ ପାଇଁ କ’ଣ ଶସ୍ତା ହୋଇଛି ଏବଂ କେଉଁ ଜିନିଷର ମୂଲ୍ୟ ବୃଦ୍ଧି ପାଇଛି ସେ ନେଇ ଜାଣିବା।
ଏହି ବଜେଟ୍ ଯୁବପିଢ଼ି ଏବଂ ମହିଳାମାନଙ୍କ ଉପରେ ଧ୍ୟାନ ଦିଆଯାଇଛି। ସେହିପରି ଏହି ବଜେଟରେ ଗରିବ, ମଧ୍ୟବିତ୍ତ ବର୍ଗ ଏବଂ କୃଷକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ମଧ୍ୟ ଦିଆଯାଇଛି। ଏଥର ବଜେଟରେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଛନ୍ତି। ସେହିପରି ବଜେଟ୍ ପୂର୍ବରୁ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଆସନ୍ତୁ ଜାଣିବା ବଜେଟରେ କ’ଣ ଶସ୍ତା ହେଲା ଏବଂ କ’ଣ ମହଙ୍ଗା ହେଲା?
କଣ ହେଲା ଶସ୍ତା-
- ଶସ୍ତା ହେଲା ଡାକ୍ତରୀ ଉପକରଣ
- ଶସ୍ତା ହେଲା କର୍କଟ ରୋଗର ୩୬ଟି ଔଷଧ
- ୬ଟି ଜୀବନ ରକ୍ଷାକାରୀ ଔଷଧ ଶସ୍ତା
- ୮୨ ଟି ଜିନିଷରୁ ସେସ୍ ହଟାଇ ଦିଆଯାଇଛି
- LCD/LED ଟିଭି ଶସ୍ତା
- ଲିଥିୟମ ଆୟନ ବ୍ୟାଟେରୀ ଶସ୍ତା
- ମୋବାଇଲ୍ ଫୋନ ବ୍ୟାଟେରୀ
- ଇଲେକ୍ଟ୍ରିକ୍ ଯାନବାହନ ବ୍ୟାଟେରୀ
- ଟେଲିକମ୍ ଉପକରଣ ଉପରେ BCD ହ୍ରାସ କରାଯାଇଛି
- ଶସ୍ତା ହେଲା ଚିଙ୍ଗୁଡ଼ି ମାଛ
ମେଡିକାଲ ଉପକରଣ, ମୋବାଇଲ, କାର୍, ବ୍ୟାଟେରୀ, ଇଲେକ୍ଟ୍ରିକ ଗାଡ଼ି, ଏଲଇଡି ଟିଭି, ଲିଥିୟମ ଆୟନ ବ୍ୟାଟେରୀ, କପଡ଼ା, ଜୋତା, ପର୍ସ, ଲେଦର ଜ୍ୟାକେଟ୍, ବୈଦ୍ୟୁତିକ ଉପକରଣ, ୬୫ ଔଷଧ ଉପରୁ ସୀମା ଶୁଳ୍କ ଛାଡ ହେବ। ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ।
କେସିସି ସୀମା ବୃଦ୍ଧି ପାଇଛି
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଏବେ କେସିସି ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।
ମହଙ୍ଗା ହୋଇଥିବା ସାମଗ୍ରୀ-
କିଛି ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି, ବିଶେଷକରି ଟେକ୍ନୋଲୋଜି ଏବଂ ଉତ୍ପାଦନ କ୍ଷେତ୍ରରେ ମହାଙ୍ଗା ହେବ। କେନ୍ଦ୍ର ଇଣ୍ଟରାକ୍ଟିଭ୍ ଫ୍ଲାଟ୍-ପ୍ୟାନେଲ୍ ଡିସପ୍ଲେ ଉପରେ ମୌଳିକ କଷ୍ଟମ୍ସ ଡ୍ୟୁଟିକୁ ୧୦% ରୁ ୨୦% କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ଅସ୍ଥାୟୀ ମୂଲ୍ୟାଙ୍କନ ପାଇଁ ଦୁଇ ବର୍ଷର ସମୟ ସୀମା ପ୍ରଚଳନ କରିଥିଲା, ଯାହା ବ୍ୟବସାୟ ପାଇଁ ଦ୍ରୁତ ଏବଂ ଅଧିକ ଦକ୍ଷ କଷ୍ଟମ୍ସ କ୍ଲିୟରାନ୍ସ ସୁନିଶ୍ଚିତ କରିବ। ଏହି ପରିବର୍ତ୍ତନ ଆମଦାନୀ ଏବଂ ରପ୍ତାନି ସହିତ ଜଡିତ କିଛି ଶିଳ୍ପକୁ ପ୍ରଭାବିତ କରିବ।
ବୁଣା କପଡ଼ା, ବିଳାସପୂର୍ଣ୍ଣ ସାମଗ୍ରୀ, ମଦ୍ୟପାନ, ତମାଖୁ ଏବଂ ଅଣ-ଆବଶ୍ୟକୀୟ ଆମଦାନୀ ଉପରେ ଅଧିକ ଟିକସ ଲାଗୁ ହୋଇପାରେ। ପରିବେଶିକ ପ୍ରଭାବକୁ ହ୍ରାସ କରିବା ପ୍ରୟାସର ଅଂଶ ସ୍ୱରୂପ ପ୍ରଦୂଷଣକାରୀ ଯାନବାହନ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି ହୋଇପାରେ। ପ୍ଲାଷ୍ଟିକ୍ ଉତ୍ପାଦ ଉପରେ କଷ୍ଟମ୍ସ ଡ୍ୟୁଟି ବୃଦ୍ଧି ହୋଇଛି। ନିଟେଡ୍ ଫାବ୍ରିକ୍, ଫ୍ଲାଟ୍ ସ୍କ୍ରିନ୍ ଟିଭି ମହଙ୍ଗା ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।
Comments are closed.