ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍ ୨୦୨୫-୨୬ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରୁଛନ୍ତି । ବଜେଟ୍ରେ ଇନକମ୍ ଟ୍ୟାକ୍ସକୁ ନେଇ ଅର୍ଥମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ । ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ସମୟସୀମାକୁ ୨ ବର୍ଷରୁ ୪ ବର୍ଷକୁ ବୃଦ୍ଧି କରାଯାଇଛି ।
କ୍ୟାପିଟାଲ ଗେନ୍ ବ୍ୟତୀତ ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କ୍ୟାପିଟାଲ ଗେନ୍ ଥିଲେ ୮ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ୧୦ ପ୍ରତିଶତ ରହିବ ।
ସେହିପରି, ୧୨ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୧୫% ଟିକସ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୦ %, ୨୦ରୁ ୨୪ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ୨୫%, ୨୪ ଲକ୍ଷରୁ ଅଧିକ ଆୟ ପାଇଁ ଟିକସ ୩୦ % ଟିକସ ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ । ସେହିପରି ୧୮ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୭୦ ହଜାର ଓ ୨୫ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୧.୨୫ ଲକ୍ଷ ଟଙ୍କା ବଞ୍ଚିବ ।
ସେହିପରି ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର ରହିଛି । ବରିଷ୍ଠ ନାଗରିକଙ୍କ ପାଇଁ ଟିକସ ଛାଡ଼ ଦ୍ୱିଗୁଣିତ । ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ଛାଡ଼ ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଆୟକର ସୀମା ବଢିବା ଦ୍ବାରା ଲୋକଙ୍କ ପାଖରେ ଅଧିକ ଅର୍ଥ ରହିବ ଓ ସେମାନେ ଅଧିକ ଖର୍ଚ୍ଚ କରିବ । ଏହା ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଦ୍ବାରା ଅଭିବୃଦ୍ଧି ତ୍ବରାନ୍ବିତ ହେବ ବୋଲି ସୀତାରମଣ କହିଛନ୍ତି ।
ସମସ୍ତ କରଦାତାଙ୍କ ଲାଭ ପାଇଁ ଆୟକର ସ୍ଲାବ ଏବଂ ହାରରେ ପରିବର୍ତ୍ତନ କରାଯାଉଛି ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୂନ୍ୟ ଆୟକର ରହିବ । ସରକାର ମଧ୍ୟବିତ୍ତ ବର୍ଗଙ୍କ ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି ଏବଂ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି ।
Comments are closed.