Latest Odisha News

BREAKING NEWS

Odisha Budget 2026 : ନବୀନ ପଟ୍ଟନାୟକ ବଜେଟକୁ ନେଇ ରଖିଲେ ପ୍ରତିକ୍ରିୟା ,କହିଲେ- ‘ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ’

ଭୁବନେଶ୍ବର: ଚଳିତ ବଜେଟକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରୋଷେଇ ଘର ସହ ତୁଳନା କରି ନବୀନ ବଜେଟକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଏହି ବଜେଟ୍ ବିଷୟରେ ମୁଁ କ’ଣ କହିବି? ଏହା ମୋତେ ଏମିତି ଲାଗୁଛି ଯେମିତି “ଫୁଲ୍ ମେନ୍ୟୁ ଇନ୍ ଏମପ୍ଟି କିଚେନ”।

ସେହିପରି ବିଜେଡି ବିଧାୟକ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟାରେ -“ଖାଦ୍ୟ ସାରଣୀ ଅଛି କିନ୍ତୁ ରୋଷେଇ ଘରେ କିଛି ନାହିଁ । ଏମାନଙ୍କ ପାଖରେ ରାତି ବଡ । ରାତି ପାହିଲେ ମଧ୍ଯ ସ୍ୱପ୍ନ ସରିବ ନାହିଁ । ଋଣ କରି ବଜେଟ୍ ଆକାର ବଢେଇଛନ୍ତି । ହାତୀ ଭଳିଆ ବଜେଟ୍ । ପିମ୍ପୁଡ଼ି ଭଳି ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି ।

୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ ହୋଇଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଇଛି।

 

 

Leave A Reply

Your email address will not be published.