Latest Odisha News

ଓଡିଶାର ୨୫ ବର୍ଷ ସରକାରରେ ବାଜିବ ଫୁଲଷ୍ଟପ୍, ଏହା ମୋଦି ଗ୍ୟାରେଣ୍ଟି

ଆସିବ ବିଜେପି, ମିଳିବେ ୩ କୋଟି ଲକ୍ଷପତି ଦିଦି, ଜିରୋ ବିଜୁଳି ବିଲ୍, ସୋଲାର ପ୍ୟାନେଲ ସହ ଚାଷୀଙ୍କୁ ୩୧୦୦ ଏମଏସପି

ମୟୂରଭଞ୍ଜ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଦଳର ହେଭିଓ୍ବେଟ । ଏଥିପାଇଁ ଆଜି ଓଡିଶା ଗସ୍ତରେ ଆସି ବାରିପଦାବାସୀଙ୍କୁ ପ୍ରଥମେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜର ବକ୍ତବ୍ୟ ରେ ସେ କହିଛନ୍ତି, ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ । ବେଙ୍ଗଲ, ଝାଡ଼ଖଣ୍ଡ ବା ଓଡ଼ିଶାରେ ଯୁଆଡ଼େ ଯାଉଛି ସବୁଠି ଅଦ୍ଭୁତ ଉତ୍ସାହ ଦେଖିବାକୁ ପାଉଛି । ଯାହା ତୃତୀୟ ଥର ମଜବୁତ ମୋଦି ସରକାର ବନିବା ନିଶ୍ଚିତ ବୋଲି କହୁଛି ।

୫ ଦଶକ ପରେ ଲଗାତାର ପୂର୍ଣ୍ଣ ବହୁମତ ସରକାର ଗଡିବାକୁ ଜନତା ନିଷ୍ପତ୍ତି ନେଇସାରିଲେଣି । ଯେଉଁ ବିକାଶ ଦଶନ୍ଧି ଧରି ଦେଖିନଥିଲେ ତାହା ଏହି ୧୦ ବର୍ଷରେ ଭାରତବାସୀ ଦେଖିଛନ୍ତି ବୋଲି ମୋଦି କହିଛନ୍ତି । ସ୍ବାଧୀନତା ପୂର୍ବରୁ ଦେଶରେ ୪୦ ପ୍ରତିଶତ ସ୍ବଚ୍ଛତା ଥିଲା କିନ୍ତୁ ଏବେ ଏହା ୧୦୦ ପ୍ରତିଶତରେ ପହଞ୍ଚିଛି । ୧୦୦ ପ୍ରତିଶତ ମହିଲାଙ୍କୁ ଧୂଆଁରୁ ମୁକ୍ତ ମିଳିଛି । ୭୫ ପ୍ରତିଶତ ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ହେଉଛି । ଦେଶରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।

ଓଡିଶାରେ ୨୫ ବର୍ଷର ବିଜେଡି ସରକାରରେ ପୂର୍ଣ୍ଣଚ୍ଛେଦ ପଡିବା ନିଶ୍ଚିତ । ୧୦ ଜୁନ୍ ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ମୁଁ ଆପଣଙ୍କୁ ନିମନ୍ତ୍ରଣ ଦେବାକୁ ଆସିଛି ବୋଲି କହିଲେ ମୋଦୀ । ଓଡିଶାର କୋଣ କୋଣରେ ଦୁଇଥର ପଦ୍ମ, ଦୁଇଥର ବିକାଶର ନାରା । ଓଡିଶାର ଲୋକ ଚାହାନ୍ତି ମୋଦୀ ଗ୍ୟାରେଣ୍ଟି ।

ଆହୁରି ମଧ୍ୟ ସେ କହିଛନ୍ତି ମୟୁରଭଞ୍ଜର ଝିଅ ତିନି ସେନା ବାହିନୀଙ୍କୁ କମାଣ୍ଡ ଦେଉଛନ୍ତି । ବିଜେପି ଆସିଲେ ୩ କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ । ସୁଭଦ୍ରା ଯୋଜନାରେ ବି ସୁଫଳ ମିଳିବ । ବିଜୁଳି ବିଲ୍ ପୂରା ଶୂନ ହେବ । ଏହା ସହିତ ପିଏମ୍ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ଆପଣମାନେ ବିଜଳି ବିକ୍ରି କରି ରୋଜଗାର ବି କରିବେ । ସୋଲାର ପ୍ୟାନେଲ ପାଇଁ ୭୫ ହଜାର ଟଙ୍କା ଦିଆଯିବ । କୃଷକଙ୍କୁ ଧାନ ପ୍ରତି କ୍ବିଣ୍ଟାଲ ୩୧୦୦ ଏମଏସପି ମିଳିବ ଏହା ମୋଦୀର ଗ୍ୟାରେଣ୍ଟି ।

Comments are closed.