Latest Odisha News

ପୁରୀ ସ୍ୱର୍ଗଦ୍ୱାରରେ ଆଜିଠୁ ଜିଲ୍ଲା ବାହାର ଲୋକ କରିପାରିବେ ଶବ ସତ୍କାର

ପୁରୀ: ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ ଜିଲ୍ଲା ବାହାର ଲୋକଙ୍କର ଶବ ସତ୍କାର କରିପାରିବେ ଆତ୍ମୀୟ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଜାରି କରିଥିବା କଟକଣାକୁ କୋହଳ କରିଛି । କେବଳ କୋଭିଡ୍ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତିଙ୍କର ଶବ ସତ୍କାର କରିପାରିବେ । ଅନ୍ତିମ ସଂସ୍କାର ବେଳେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ କରାଯିବ ।

BjdElectrycity

ସ୍ୱର୍ଗଦ୍ୱାରରେ ଶବ ସତ୍କାର ପୂର୍ବରୁ ଡାକ୍ତର ଦେଇଥିବା ସାର୍ଟିଫିକେଟ ଦେଖାଇବାକୁ ପଡ଼ିବ । ଶବ ସତ୍କାର ବେଳେ କେବଳ ୧୦ ଜଣ ସମ୍ପର୍କୀୟ ଉପସ୍ଥିତ ରହି ପାରିବେ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନରେ ଶବ ସତ୍କାର କରିପାରିବେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖେ ଗତ ଏପ୍ରିଲ ୨୫ ତାରିଖରୁ ପୁରୀ ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବ ସତ୍କାର ନେଇ କଟକଣା ଜାରି କରାଯାଇଥିଲା । ୪ ମାସ ପରେ କଟକଣାରେ କୋହଳ କରିଛି ପୁରୀ ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.