Latest Odisha News

BREAKING NEWS

ରାଜ୍ୟରେ ଶୀତର ପ୍ରକୋପ ଜାରି, ଆସନ୍ତା ଦୁଇ ଦିନ କଲବଲ କରିବ କୁହୁଡ

ଭୁବନେଶ୍ବର: ରାଜ୍ୟରେ ଶୀତର ଲହରୀ ସାଙ୍ଗକୁ ଘନ କୁହୁଡି ଜାରି ରହିଛି । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ଭୋରୁ ଘନ କୁହୁଡ଼ି ଦେଖାଦେଉଛି । ଫଳରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ୧୫ ଡିଗ୍ରି ତଳେ ରହିଛି ୧୯ ସହରର ତାପମାତ୍ରା ରହିଛି । ୭.୪ ଡିଗ୍ରୀ ସହ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭୁବନେଶ୍ୱର ରାତିର ସର୍ବନିମ୍ନ ତାପମାତ୍ରା ୧୬.୨ ଓ କଟକରେ ୧୫ ଡିଗ୍ରୀ ରହିଛି । ସେହିପରି କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୮.୩ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮. ୫ ଡିଗ୍ରୀ, ଫୁଲବାଣୀରେ ୧୦ ଡିଗ୍ରୀ, ସେମିଳିଗୁଡ଼ାରେ ୯.୯ ଡିଗ୍ରୀ ରେକର୍ଡ କରାଯାଇଛି ।
ତେବେ ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ଶୀତ ଲହରୀ ସହ ୧୬ ଟି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ କନ୍ଧମାଳ, କଳାହାଣ୍ଡି, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା ଓ କୋରାପୁଟରେ କୁହୁଡ଼ି ଦୃଶ୍ୟମାନ ହେବ ।

 

Leave A Reply

Your email address will not be published.