Latest Odisha News

BREAKING NEWS

ସପରିବାର ସହ ପୁରୀ ଆସି ଶ୍ରୀବିଗ୍ରହଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା

ପୁରୀ: ପୁରୀ ଆସି ଜଗନ୍ନାଥ ଦର୍ଶନ କରିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପରଷୋତ୍ତମ ରୂପାଲା । ସପରିବାର ଜଗନ୍ନାଥ ଦର୍ଶନ ପରେ ଭାବବିହ୍ୱଳ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ରୁପାଲା । ସାଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଭେଟରାନ୍ ଅଭିନେତା ତଥା ନେତା ପ୍ରଶାନ୍ତ ନନ୍ଦ ମଧ୍ୟ ରହିଥିଲେ । ଶ୍ରୀମନ୍ଦିର ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ ।

ଦର୍ଶନ ପରେ ଶ୍ରୀମନ୍ଦିରର ଅପୂର୍ବ କାରୁକାର୍ଯ୍ୟ ଦେଖି ପୁର୍ବଜଙ୍କ କଳାକୃତି ଓ ଭବ୍ୟତାକୁ ଦେଖି ଅଭିଭୂତ ହୋଇଛନ୍ତି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ନେଇ ମଧ୍ୟ ନିଜର ଭାବାବେଗ ବ୍ୟକ୍ତ କରିଛନ୍ତି ।

ଅନ୍ୟପଟରେ ସାଗର ପରିକ୍ରମା ଏକାଦଶ ପର୍ଯ୍ୟାୟ ଯୋଜନାର ସଫଳତା କୁ ନେଇ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଥିଲେ । ଚିଲିକା କୂଳର ମତ୍ସଜୀବୀ ଙ୍କ ସହ ସମୟ ବିତାଇ ଅନେକ କିଛି ଜାଣିବାକୁ ମିଳିଲା ବୋଲି ସେ କହିଛନ୍ତି । ଚଳିତ ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ଥିବା ଏକାଦଶ ପର୍ଯ୍ୟାୟ ସାଗର ପରିକ୍ରମା କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରଗତିଶୀଳ ମତ୍ସ୍ୟଜୀବୀ, ବିଶେଷକରି ଉପକୂଳ ମତ୍ସ୍ୟଜୀବୀ ଓ ମତ୍ସ୍ୟ ଚାଷୀ, ଯୁବ ମତ୍ସ୍ୟ ଉଦ୍ୟୋଗୀ ଆଦି କିଷାନ କ୍ରେଡିଟ୍ କାର୍ଡ (କେସିସି) ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା, କେସିସି ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ନିଆଯାଇଥିବା ସର୍ବୋତ୍ତମ ଅଭ୍ୟାସ ଓ ପଦକ୍ଷେପକୁ ମତ୍ସ୍ୟଜୀବୀଙ୍କ ନିକଟରେ ବ୍ୟାପକ ଭାବେ ପହଞ୍ଚାଇବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ।

Leave A Reply

Your email address will not be published.