Latest Odisha News

କୋର୍ଟରେ ହାଜର ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: କୋର୍ଟରେ ହାଜର ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶର ଦକ୍ଷତା ବିକାଶ ନିଗମ ଦୁର୍ନିତି ମାମଲାରେ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିଥିଲା ସିଆଇଡି । ଗିରଫର ୨୪ଘଣ୍ଟା ମଧ୍ୟରେ କଡା ସୁରକ୍ଷା ମଧ୍ୟରେ ବିଜୟୱାଡା ସ୍ଥିତ ଦୁର୍ନୀତି ନିରୋଧୀ ବ୍ୟୁରୋ ଅଦାଲତରେ ନାଇଡୁଙ୍କୁ ହାଜର କରାଇଛି ସିଆଇଡି । ତେବେ କୋର୍ଟରେ ହାଜର ପୂର୍ବରୁ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଖବର ଅନୁସାରେ, ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମର ୩୫୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଗତକାଲି ରାଜ୍ୟ ସିଆଇଡି ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିଲା । ଗତକାଲି ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶର ନନ୍ଦୟାଲରୁ ନନ୍ଦୟାଲ ପୋଲିସ ସହାୟତାରେ ତାଙ୍କୁ ଗିରଫ କରିଛି ସିଆଇଡି । ଏହାପରେ ତାଙ୍କୁ ବିଜୟୱାଡ଼ା ନିଆଯାଇଥିଲା । ସେଠାରୁ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟର ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଆନ୍ଧ୍ରପ୍ରଦେଶରେ ସରକାର ବଦଳିବା ପରେ ସିଆଇଡି ମାମଲାର ତଦନ୍ତ ଆରମ୍ଭ କରିଥିଲା । ଏହି ଦୁର୍ନୀତି ମାମଲାରେ ୨୦୨୧ ମସିହାରେ କେସ ରୁଜୁ ହୋଇଥିଲା । ଦୁର୍ନୀତିରେ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମର ୨୪୧ କୋଟିର ପାଣ୍ଠି ସେଲ କମ୍ପାନୀଗୁଡ଼ିକୁ ପଠାଯିବାର ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ଏହାସହ ଅନ୍ୟାନ୍ୟ ଆର୍ଥିକ କାରବାର ଅଭିଯୋଗର ତଦନ୍ତ ଜାରି ରହିଛି । ଚନ୍ଦ୍ରବାବୁ ନାଇଡୁ ଏହି ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି।

 

Leave A Reply

Your email address will not be published.