Latest Odisha News

ସାଉଦି ଆରବରୁ ଭାରତ ଯାଏ ହେବ ରେଳ ଲାଇନ ! ଚୀନକୁ ଉଚିତ୍ ଜବାବ ଦେବା ଲାଗି ଯୋଜନା

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ଜି-୨୦ ଶିଖର ସମ୍ମିଳନୀର ପ୍ରସ୍ତୁତି। ଏହି ଶିଖର ସମ୍ମିଳନୀରେ ଭାଗ ନେବାକୁ ଥିବା ରାଷ୍ଟ୍ରାଧ୍ୟକ୍ଷମାନେ ପ୍ରାୟ ସମସ୍ତେ ଦିଲ୍ଲୀରେ ପହଞ୍ଚି ଗଲେଣି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଦିଲ୍ଲୀ ପହଞ୍ଚି ସାରିଛନ୍ତି। ସେହିପରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ମଧ୍ୟ ଭାରତ ଆସୁଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ପ୍ରମୁଖ ଦେଶର ମୁଖ୍ୟଙ୍କ ସହ ରେଳ ଲାଇନ ନେଇ ଚୁକ୍ତି ହେବା ନେଇ ଖବର ଆସିଛି।

ଦୁଇ ନେତା ଯଥା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦଙ୍କ ସହ ମୋଦୀ ରେଳ ଲାଇନ ସମ୍ବନ୍ଧୀୟ ଚୁକ୍ତି କରିପାରନ୍ତି। ଏହି ଚୁକ୍ତି ପଛର କାରଣ ହେଉଛି ମଧ୍ୟ ପୂର୍ବରେ ଚାଇନା ନିଜ ଅଧିକାର ସାବ୍ୟସ୍ତ କରିବାକୁ ମୁଣ୍ଡ ଖେଳାଉଛି। ଚୀନ୍ ସହ ମୁକାବିଲା କରିବା ପାଇଁ ଏହି ଯୋଜନା କରାଯାଉଛି ବୋଲି କୁହାଯାଉଛି।

ଚାଇନାର ବେଲ୍ଟ ଏବଂ ରୋଡ୍ ଇନିସିଏଟିଭକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ, ଏହି ଚୁକ୍ତି ସମ୍ମିଳନୀ ସମୟରେ କିମ୍ବା ଦ୍ୱିପାକ୍ଷିକ ଆଲୋଚନା ସମୟରେ ଚୂଡ଼ାନ୍ତ କରାଯିବ। ଆମେରିକାରେ ଏହି ବିଷୟ ନେଇ ଦୃଢ ଆଲୋଚନା ଜାରି ରହିଛି। ଯଦି ଏହି ଚୁକ୍ତି ଚୂଡାନ୍ତ ହୁଏ ତେବେ ମଧ୍ୟ ପୂର୍ବରେ ବାଇଡେନ ସରକାର ନିଜର ନୀତି କାର୍ଯ୍ୟକାରୀ କରିବା ସହଜ ହେବ। ଉଦାହରଣ ସ୍ୱରୂପ, ଇସ୍ରାଇଲ୍ ଏବଂ ସାଉଦି ଆରବ ମଧ୍ୟରେ ସମ୍ପର୍କ ମଜବୁତ କରିବା ପାଇଁ ସହଜ ହେବ। ଏହି ନୂତନ ପ୍ରକଳ୍ପ ଜରିଆରେ ଚୀନକୁ ଉଚିତ୍ ଜବାବ ଦିଆଯାଇପାରିବ।

ମଧ୍ୟ ପୂର୍ବ ଦେଶ ଗୁଡିକରେ ଚାଇନା ଦ୍ରୁତ ଗତିରେ ନିଜର ସାମ୍ରାଜ୍ୟ ବିସ୍ତାର କରୁଛି। ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ମାଧ୍ୟମରେ ଚୀନ୍ ସଡ଼କ ମାର୍ଗ ଦେଇ ବିଶ୍ୱର ବିଭିନ୍ନ ଦେଶକୁ ପ୍ରବେଶ କରୁଛି। ଏହି ଇନିସିଏଟିଭ୍ ଅଧୀନରେ ରେଳ ମାର୍ଗ ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ଏହାର ଜବାବରେ ଚୀନ୍ ବିରୋଧୀ ଦେଶମାନେ ଏକ ରେଳ ଚୁକ୍ତି ସ୍ୱାକ୍ଷର କରିବାକୁ ଯୋଜନା କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଆରବ ଦେଶଗୁଡିକ ଏସୀୟ ଅଞ୍ଚଳ ଲେବାନ୍ତ ସହିତ ସଂଯୁକ୍ତ ହେବ ଯାହା ଇସ୍ରାଏଲ ମାଧ୍ୟମରେ ଆରବ ସାଗର ଦେଇ ଭାରତ ପହଞ୍ଚିବ।

Leave A Reply

Your email address will not be published.