Latest Odisha News

BREAKING NEWS

ବାହାରିଲା ମାଁ ଶୁରେଶ୍ଵରୀଙ୍କ ନୁଆଁଖାଇ ଲଗ୍ନ

ସୋନପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନୁଆଁଖାଇ ଲଗ୍ନ ବାହାରିଥିବା ବେଳେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ଶୁରେଶ୍ଵରୀଙ୍କର ନୁଆଁଖାଇ ଲଗ୍ନ ବାହାରିଛି । ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳ ପାଇଁ ସହରର ବଡ ଜଗନ୍ନାଥ ମନ୍ଦିର ପରିସରରେ ଥିବା ମୁକ୍ତିମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ସ୍ଥିର କରାଯାଇଛି l

ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖ ବୁଧବାର ଦିନ ୧୦.୩୬ ମିନିଟରୁ ୧୦.୫୦ ମିନିଟ ମଧ୍ୟେ ବିଛା ଲଗ୍ନରେ ନୁଆଁ ଖାଇବା ପାଇଁ ସମୟ ରହିଛି l ଏହା ସହିତ ସକାଳ ୮.୩୦ ରୁ ୯.୩୦ ମିନିଟ ମଧ୍ୟେ ସମଲେଶ୍ୱରୀ ମନ୍ଦିରରୁ ବିରାଟ ପଟୁଆରରେ ମାଁ ଶୁରେଶ୍ଵରୀଙ୍କ ପାଇଁ ପାହୁର ଯାତ୍ରା ବାହାରିବ । ପ୍ରଥମେ ଅଷ୍ଟଚଣ୍ଡୀଙ୍କ ସହିତ ଅଷ୍ଟବିଷ୍ଣୁଙ୍କ ଠାରେ ନବାନ୍ନ ଲାଗି ହେଲା ଅଞ୍ଚଳର ଇଷ୍ଟଦେବୀ ଓ ପରେ ସାଧାରଣ ଜନତା ନବାନ୍ନ ଭକ୍ଷଣ କରିବେ l ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମାଁ ଶୁରେଶ୍ଵରୀଙ୍କ ନାମ ଅନୁସାରେ ଶତ ଭିକ୍ଷା ନକ୍ଷତ୍ର ଓ କୁମ୍ଭ ରାଶି କୁନେଇ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତିଥି ଓ ଲଗ୍ନ ବାହାର କରାଯାଇଥାଏ l ଚଳିତ ବର୍ଷ ଜ୍ୟୋତିର୍ବିଦ ପଣ୍ଡିତ ରାଜେନ୍ଦ୍ର କୁମାର ମହାପାତ୍ର ଲଗ୍ନ ନିର୍ଘଣ୍ଟ କରିଥିଲେ l

Leave A Reply

Your email address will not be published.