Latest Odisha News

BREAKING NEWS

ଜି-୭ ରୁ ଇରାନକୁ ଚେତାବନୀ: ଇସ୍ରାଏଲ ସପକ୍ଷରେ ବାହାରିଲେ ଏହି ଦେଶ….

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ଅତ୍ୟନ୍ତ ଗମ୍ଭୀର ରୂପ ନେଇଛି। ଏହି ସମୟରେ, ଜି-୭ ଶିଖର ସମ୍ମିଳନୀ ଦ୍ୱାରା ଇରାନକୁ ଚେତାବନୀ ଦିଆଯାଇଛି। ଏହି ଶିଖର ସମ୍ମିଳନୀ କାନାଡାରେ ଆୟୋଜିତ ହେଉଛି। ଶିଖର ସମ୍ମିଳନୀରେ ସାମିଲ ନେତାମାନେ ଏକ ମିଳିତ ବିବୃତ୍ତି ଜାରି କରି ତେହେରାନକୁ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଯେ ଇରାନକୁ କେବେବି ପରମାଣୁ ଅସ୍ତ୍ର ତିଆରି କରିବାକୁ ଦିଆଯିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏଥିରେ ଯୋଗ ଦେଇଥିଲେ, କିନ୍ତୁ ସେ ଏବେ ସେଠାରୁ ଚାଲିଯାଇଛନ୍ତି।

ଜି-୭ ଶିଖର ସମ୍ମିଳନୀର ଶୀର୍ଷ ନେତାମାନେ ଏକ ବିବୃତ୍ତିରେ କହିଛନ୍ତି, ଇସ୍ରାଏଲର ନିଜକୁ ରକ୍ଷା କରିବାର ଅଧିକାର ଅଛି। ଆମେ ଏହାର ସୁରକ୍ଷା ପାଇଁ ଇସ୍ରାଏଲକୁ ସମର୍ଥନ କରୁ। ନାଗରିକଙ୍କ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଇରାନ ଆଞ୍ଚଳିକ ଅସ୍ଥିରତା ଏବଂ ଆତଙ୍କବାଦର ଏକ ପ୍ରମୁଖ କାରଣ। ଆମେ ନିରନ୍ତର ସ୍ପଷ୍ଟ କରିଆସିଛୁ ଯେ ଇରାନ କେବେବି ପରମାଣୁ ଅସ୍ତ୍ର ରଖିପାରିବ ନାହିଁ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସମେତ ସମସ୍ତ ଜି-୭ ନେତା ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ସମସ୍ୟାର ସମାଧାନ ହୁଏ, ତେବେ ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇପାରିବ। ଏଥିରେ ଗାଜାରେ ଯୁଦ୍ଧବିରତି ମଧ୍ୟ ଅନ୍ତର୍ଭୁକ୍ତ। ଜି-୭ ଦେଶଗୁଡ଼ିକ ଇସ୍ରାଏଲକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଏହାର ଆତ୍ମରକ୍ଷା କରିବାର ପୂର୍ଣ୍ଣ ଅଧିକାର ଅଛି।

ତେବେ ଆଜି ଅର୍ଥାତ୍ ମଙ୍ଗଳବାର ଜି-୭ ସମ୍ମିଳନୀର ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ଗତକାଲି ଅର୍ଥାତ୍ ସୋମବାର ବ୍ରିଟେନ୍, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ଆମେରିକାର ଜି-୭ ନେତାମାନେ, ୟୁରୋପୀୟ ସଂଘ ସହିତ କାନାଡିଆନ୍ ରକିଜ୍‌ର କାନାନାସ୍କିସ୍ ରିସର୍ଟ ଅଞ୍ଚଳରେ ଏକାଠି ହୋଇଥିଲେ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ କାନାନାଇସ୍କିସ୍ ପହଞ୍ଚିଛନ୍ତି। ଏହା ଦଶନ୍ଧି ମଧ୍ୟରେ ମୋଦିଙ୍କ କାନାଡାର ପ୍ରଥମ ଗସ୍ତ। ଏହି ସମୟ ମଧ୍ୟରେ, ପ୍ରଧାନମନ୍ତ୍ରୀ ବିଶ୍ୱ ନେତାମାନଙ୍କୁ ଭେଟି ଶକ୍ତି ସୁରକ୍ଷା, ପ୍ରଯୁକ୍ତିବିଦ୍ୟା ସମେତ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିବେ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ସୋମବାର ସନ୍ଧ୍ୟାରେ ସାଇପ୍ରସରୁ କାନାଡାରେ ପହଞ୍ଚିଥିଲେ। କାନାନାଇସ୍କିସ୍‌ରେ ଏହି ସମ୍ମିଳନୀ ଜୁନ୍ ୧୭ ରୁ ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ। ଏହା ପ୍ରଧାନମନ୍ତ୍ରୀଙ୍କ ଜି-୭ ଶିଖର ସମ୍ମିଳନୀରେ ଲଗାତାର ଷଷ୍ଠ ଅଂଶଗ୍ରହଣ।

Comments are closed.