Latest Odisha News

‘ପଠାନ୍‌’ର ରେକର୍ଡ ଭାଙ୍ଗିବ ‘ଗଦର-୨’: ୪ କୋଟି ଟପିିଲାଣି ଆଡ଼ଭାନ୍ସ ଟିକେଟ୍ ବୁକିଂ

ମୁମ୍ବାଇ: ଆଉ ମାତ୍ର ୪ ଦିନ ପରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଦର-୨’ । ଦର୍ଶକ ମଧ୍ୟ ଏହି ଫିଲ୍ମର ରିଲିଜକୁ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଏହାପୂର୍ବରୁ ଏହାର ଆଡଭାନ୍ସ ବୁକିଂ ଆରମ୍ଭ ହୋଇସାରିଛି । ଏହାର ପ୍ରଥମ ଦିନରେ ପ୍ରାୟ ୩୦ ହଜାରରୁ ଅଧିକ ଟିକେଟ ବିକ୍ରି ହୋଇଥିବା ବେଳେ ଏବେ ଏହା ୪ କୋଟି ଟପିଲାଣି । ଏଭଳି ପରିସ୍ଥିତିରେ ଫିଲ୍ମ ଗଦର-୨ ଫିଲ୍ମ ପଠାନର ରେକର୍ଡ଼କୁ ଭାଙ୍ଗିବ ବୋଲି ଆଶା କରାଯାଉଛି ।

ରିଲିଜ୍ ହୋଇସାରିଥିବା ଏହି ଫିଲ୍ମର ଟ୍ରେଲର ଏବଂ ଫିଲ୍ମର ଗୀତରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ତାରା ସିଂ ଏବଂ ସାକିନାଙ୍କ ଯୋଡିକୁ ଦର୍ଶକ ପୁଣିଥରେ ପସନ୍ଦ କରିବେ । ଏଥିରେ ନିର୍ଦ୍ଦେଶକ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଛନ୍ତି । ୨୦୦୧ ମସିହାରେ ରିଲିଜ୍ ହୋଇଥିବା ‘ଗଦର’ ଭଳି ଏହା ମଧ୍ୟ ଏହାର ଉଦଘାଟନୀ ଦିନରେ ବକ୍ସ ଅଫିସରେ ଧମାଲ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି ।

ସୋମବାର ସକାଳ ସୁଦ୍ଧା ଫିଲ୍ମ ଗଦର-୨ ୩.୯୬ କୋଟି ଟଙ୍କାର ଅଗ୍ରିମ ଟିକେଟ୍ ବିକ୍ରି କରି ସାରିଲାଣି । ମଙ୍ଗଳବାର ସୁଦ୍ଧା ୬ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ଫିଲ୍ମଟି ‘ପଠାନ୍‌’ର ଅଗ୍ରିମ ବୁକିଂ ରେକର୍ଡକୁ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି । ଶାହାରୁଖ୍ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପଠାନ୍‌’ ୩୨ କୋଟି ଟଙ୍କାର ଅଗ୍ରିମ ବୁକିଂ କରିଥିଲା । ଗଦର-୨ ପାଇଁ ସପ୍ତାହେ ହେଲା ଅଗ୍ରିମ ଟିକଟ ବୁକିଂ ଚାଲିଥିବା ବେଳେ ରବିବାର ୧୧ଟା ସୁଦ୍ଧା କେବଳ ଓପନିଂ ଦିବସ ପାଇଁ ପ୍ରାୟ ୪୫,୦୦୦ ଟିକଟ ବିକ୍ରି ହୋଇଥିଲା ।

ସୀମିତ ବଜେଟ୍‌ରେ ନିର୍ମିତ ଏହି ଫିଲ୍ମଟି ଦେଶ ବାହାରେ ବି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଅଗ୍ରିମ ଟିକଟ ବୁକିଂ ଯେଉଁ ହାରରେ ଚାଲିଛି, ସେଥିରୁ ଫିଲ୍ମଟି ମୁକ୍ତିଲାଭ ଦିନରେ ହିଁ ୨୦ କୋଟିରୁ ଅଧିକ ଆୟ କରିବ ବୋଲି ଅନୁମାନ କରାଯାଉଛି ।

ଗଦର ଏକ୍ ପ୍ରେମ୍ କଥା’ର କାହାଣୀ ଇଣ୍ଡୋ-ପାକ୍ ବିଭାଜନ ପରେ ସକିନା ନାମକ ଜଣେ ମୁସଲମାନ ଯୁବତୀଙ୍କ ସହ ତାରା ସିଂହ ନାମକ ଜଣେ ଭାରତୀୟ ଶିଖ ଯୁବଙ୍କ ସହିତ ପ୍ରେମକୁ ଚିତ୍ରଣ କରିଥିଲା ।‘ଗଦର’ରେ, ତାରା ସିଂହ ପାକିସ୍ତାନ ଯାଇ ତାଙ୍କ ପତ୍ନୀଙ୍କୁ ଫେରାଇ ଆଣନ୍ତି ଏବଂ ବର୍ତ୍ତମାନ ‘ଗଦର ୨’ ରେ ସେ ପୁଣି ସୀମା ପାର ହେବେ କିନ୍ତୁ ଏଥର ନିଜ ପୁଅକୁ ଫେରି ପାଇବା ପାଇଁ ।

Comments are closed.