Latest Odisha News

BREAKING NEWS

ବିବାଦରେ ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର-୨’; ନିର୍ମାତାଙ୍କ ବିରୋଧରେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ: ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଗଦର-ଏକ ପ୍ରେମ କଥା’ ବକ୍ସ ଅଫିସରେ ଏକ ବଡ଼ ଧରଣର ହିଟ୍ ହୋଇଥିଲା। ଏହି ସିନେମାରେ ସନି ଦେଓଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅମିଷା ପଟେଲ ମହିଳା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ନିର୍ମାତାମାନେ ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ଭାଗ ତିଆରି କରୁଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି। କିନ୍ତୁ ବର୍ତ୍ତମାନ ଫିଲ୍ମ ରିଲିଜ ହେବା ପୂର୍ବରୁ ବିବାଦ ଭିତରକୁ ଟାଣି ହୋଇଛି। ନିର୍ମାତାଙ୍କ ଉପରେ ଠକେଇ ଅଭିଯୋଗ ହୋଇଛି। ଏହି ମାମଲା କାଙ୍ଗ୍ରାର ପାଲାମପୁରର ଭାଲେଡ ଗାଁରୁ ଆସିଛି ଯେଉଁଠାରେ ଫିଲ୍ମର ସୁଟିଂ ଚାଲିଥିଲା।

ସୂଚନା ଅନୁଯାୟୀ, ଗତ ୧୦ ଦିନ ଧରି ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଥିଲା। ସନି ଦେଓଲ ଏବଂ ଅମିଷା ପଟେଲଙ୍କ ବ୍ୟତୀତ ବାକି ଷ୍ଟାର କାଷ୍ଟ ମଧ୍ୟ ଏଠାରେ ପହଞ୍ଚିଛନ୍ତି। ଏହି ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ଗାଁ ଘରର ମାଲିକ ନିର୍ମାତାଙ୍କ ଉପରେ ଟଙ୍କା ନ ଦେଇ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ ଏହି ଚଳଚ୍ଚିତ୍ର ପାଇଁ କେବଳ ୩ ଟି କୋଠରୀ ଏବଂ ଗୋଟିଏ ହଲ୍ କାରବାର ପାଇଁ ଡିଲ୍‌ ହୋଇଥିଲା। ନିର୍ମାତାମାନେ କେବଳ ଏହି ସ୍ଥାନଗୁଡିକୁ ଶୁଟିଂ ପାଇଁ ବ୍ୟବହାର କରିପାରିବେ, ଯେଉଁଥିପାଇଁ ପ୍ରତିଦିନ ୧୧ ହଜାର ଟଙ୍କା ଦେବାକୁ ଏକ ଚୁକ୍ତି ହୋଇଥିଲା। ଅଭିଯୋଗ ଅନୁଯାୟୀ, ନିର୍ମାତାମାନେ ତାଙ୍କ ପୁରା ଘର, ବାକି ଜମି ଏବଂ ଜମି ମାଲିକଙ୍କ ଘର ଫିଲ୍ମରେ ସୁଟିଂ ପାଇଁ ବ୍ୟବହାର କରିଥିଲେ।

Comments are closed.