Latest Odisha News

ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ । ରାତି ୩ଟାରେ ଗଜଭୋଗ ଉଠିଥିଲା । ଏଥିପାଇଁ ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ନୀତିକାନ୍ତି । ମଙ୍ଗଳଆଳତୀ ପରେ ମହାନଦୀରୁ ୧୦୮ ସୁବାସିତ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ହୋଇଥିଲା ଖେଚୁଡ଼ି ଭୋଗ ଓ ଘର୍ଷଣ ଲାଗି ।

ମହାସ୍ନାନ ପରେ ବଡ଼ ସିଂହାର ବେଶରେ ସୁସଜ୍ଜିତ ବାବା ଧବଳେଶ୍ୱରଙ୍କୁ ଲାଗି ହୋଇଥିଲା ଗଜଭୋଗ । ଚାଉଳ, ମୁଗଡ଼, ଗୁଡ଼, ନଡ଼ିଆ ସହ ବିଭିନ୍ନ ଦ୍ରବ୍ୟର ମିଶ୍ରଣମରେ ପ୍ରସ୍ତୁତ କରାଯାଇଥାଏ ଗଜଭୋଗ । ରୋଷଘରେ ବ୍ରାହ୍ମଣମାନେ ଶୁଦ୍ଧପୁତ ହୋଇ ଏହାକୁ ପ୍ରସ୍ତୁତ କରିଥାଆନ୍ତି । କରୋନା ଯୋଗୁ ବିନା ଭକ୍ତରେ ମହାପ୍ରଭୁଙ୍କୁ ଏବର୍ଷ ଗଜଭୋଗ ଲାଗି ହୋଇଛି । କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ଆଜି ବାବା ଧବଳେଶ୍ୱରଙ୍କ ହରିହର ବେଶ ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.