ପୁରୀ: ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀଜୀଉ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହି୍ ବେଶରେ ଆଜି ରତ୍ନ ସିଂହାସନରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର । ଦ୍ୱିପହର ଧୂପ ସରିବା ପରେ ଏହି ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଏହା ପରେ ସାହାଣ ମେଲା ଦର୍ଶନ ହେବ ।
ଗଜଉଦ୍ଧାରଣ ବେଶରେ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୁଜରେ ବିଭୂଷିତ ହେବେ । ଚତୁଃହସ୍ତଧାରୀ ମହାପ୍ରଭୁ ଗରୁଡ଼ ଉପରେ ପଦ୍ମାସନ ଭଙ୍ଗୀରେ ବସି ଭକ୍ତଙ୍କୁ ଦର୍ଶନ ଦେବେ ।
Comments are closed.