Latest Odisha News

ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ ବେହେରାଙ୍କୁ କ୍ଲିନ୍‌ଚିଟ୍‌

ଗଜପତି : ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନଚିଟ୍ । ଘଟଣାରେ ଡିଏଫଓଙ୍କ ସଂପୃକ୍ତି ନଥିବା ସ୍ପଷ୍ଟ କରିଛନ୍ତି ଏସପି ଗଜପତି । ଫୋନ କଲ୍ ତଥ୍ୟ, ତଥା ସେ ସମ୍ପର୍କରେ କରାଯାଇଥିବା ଜେରା ମଧ୍ୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନଥିବା ସ୍ପଷ୍ଟ ହୋଇଛି ।

ଏଥିସହ ଗୁରାଣ୍ଡି ଥାନା ଅଧିକାରୀ ମମତା ପଣ୍ଡାଙ୍କ ସହ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ପାରିବାରିକ ଦୂର ସମ୍ପର୍କ ରହିଛି । ବିଦ୍ୟାଙ୍କ ମା ଫୋନ କରି ଘଟଣା ସମ୍ପର୍କରେ ଜଣାଇ ତାଙ୍କୁ ସହାୟତା କରିବାକୁ ଅନୁରୋଧ କରିଥିଲେ । ସେହିପରି ସୌମ୍ୟଙ୍କ ଅର୍ଦ୍ଧ ଦୁଗ୍ଧ ଶରୀରକୁ ଆମ୍ବୁଲାନ୍ସରେ ନେବା ସମୟରେ ଡିଏଫଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟାଭାରତୀ କିଛି ସାମଗ୍ରୀ ଆଣିବାକୁ ଯାଇଥିଲେ । ଯେଉଁଥିପାଇଁ ମାତ୍ର ୧୫ ମିନିଟ ଅଟକି ଥିଲା ଆମ୍ବୁଲାନ୍ସ । ଆଉ କିଛି ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଏସପି । ସେହିପରି ଘଟଣାରେ ରୋଷେୟାଙ୍କ ମଧ୍ୟ ଭୂମିକା ନଥିବା ସ୍ପଷ୍ଟ କରିଛନ୍ତି ଏସପି ।

ସୌମ୍ୟଙ୍କ ମୃତ୍ୟୁକୁ ୧୧ ଦିନ ବିତିଥିବା ବେଳେ, ଆଜି ଡିଏଫଓଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ । ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା କରିବା ସହ ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲା ତଦନ୍ତକାରୀ ଟିମ୍ । ତଦନ୍ତ ପରେ ଏହି ଘଟଣାରେ ଡିଏଫଓଙ୍କର କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛନ୍ତି ଗଜପତି ଏସପି ।

Leave A Reply

Your email address will not be published.