Latest Odisha News

BREAKING NEWS

ମୁମ୍ବାଇରେ ଫଶି ରହିଥିବା ୨୫ ବରିଷ୍ଠ ନାଗରିକଙ୍କୁ ସହାୟ ହେଲା ଓଡିଶା-ମୋ ପରିବାର

ଭୁବନେଶ୍ୱର: କରୋନା ଯୋଗୁଁ ଦେଶରେ ଲକଡାଉନ ଘୋଷଣା କରାଯାଇଥିବା ବେଳେ ତୀର୍ଥ କରିବାକୁ ଯାଇ ମୁମ୍ବାଇରେ ଫଶି ଯାଇଥିଲେ ୨୫ଜଣ ଓଡିଆ ବରିଷ୍ଠ ତୀର୍ଥ ଯାତ୍ରୀ । ଏ ନେଇ କଟକ ବରିଷ୍ଠ ନାଗରିକ ମହାସଭା ପକ୍ଷରୁ ବିଧାୟକ ଅଶୋକ ପଣ୍ଡାଙ୍କ ସହାୟତା ନେଇ ମୁଖ୍ୟମନ୍ତ୍ରୀ ଓ ଓଡିଶା -ମୋ ପରିବାରକୁ ଜଣାଇଥିଲେ ।

ଓଡିଶା ମୋ ପରିବାର ପକ୍ଷରୁ ଆବାହକ ଅରୂପ ପଟ୍ଟନାୟକ ସହାୟତାର ହାତ ବଢାଇଥିଲେ । ୨୫ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କର ଓଡିଶା ଫେରିବା ପାଇଁ ବିମାନ ଟିକେଟ ଥିଲେ ସୁଦ୍ଧା ସେମାନେ ଲକ ଡାଉନ ଯୋଗୁ ବିମାନବନ୍ଦରରେ ପହଞ୍ଚିପାରୁ ନ ଥିଲେ । ଏହାପରେ କୁର୍ଲା ପୋଲିସ ସହାୟତାରେ ସେମାନଙ୍କୁ ସୁରକ୍ଷିତ ଭାବେ ବିମାନ ବନ୍ଦରରେ ପହଞ୍ଚାଯାଇଥିଲା । ଅନ୍ୟମାନଙ୍କୁ ଲକଡାଉନ ଅବଧି ଶେଷ ହେବା ଯାଏଁ ମୁମ୍ବାଇର ଏକ ଲଜରେ ରଖାଯାଇଛି ।

Leave A Reply

Your email address will not be published.