Latest Odisha News

BREAKING NEWS

ହାତୀ ଆକ୍ରମଣରେ ଚାଲିଗଲା ଗଜସାଥୀଙ୍କ ଜୀବନ

ଅନୁଗୁଳ:ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣ ଫଳରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଯୁଗଳ ନାୟକ, ବୟସ ୪୦ ବର୍ଷ ।

ସୂଚନାନୁସାରେ, ଆଜି ଭୋର ସାଢ଼େ ୩ଟାରେ ଗାଁ ପାଖ ଜଙ୍ଗଲକୁ ୮ ଟିକିଆ ହାତୀପଲ ଫେରୁଥିଲେ । କତଡା ଗାଁ ନିକଟରେ ହାତୀ ଥିବା ଜାଣି ତାକୁ ଘଉଡାଇବା ପାଇଁ ଯାଇଥିଲେ ଯୁଗଳ । ଏହି ସମୟରେ ଏକ ମାଈ ହାତୀ ନିଜ ଛୁଆ ସୁରକ୍ଷା ପାଇଁ ଯୁଗଳ ନାଏକଙ୍କୁ ଆକ୍ରମଣ କରି ମାରି ଦେଇଛି ।

ଖବର ପାଇ ରେଞ୍ଜର ମାଧବ ନାଏକ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛନ୍ତି ।

 

Comments are closed.