Latest Odisha News

BREAKING NEWS

ଚିନ୍ମୟୀ ମହାନ୍ତିଙ୍କ ପୁସ୍ତକ ଗଳ୍ପପରି ଲାଗେ ଲୋକାର୍ପିତ

ଭୁବନେଶ୍ୱର: କବୀ ଓ ଗାଳ୍ପିକା ଚିନ୍ମୟୀ ମହାନ୍ତିଙ୍କ ପୁସ୍ତକ “ଗଳ୍ପପରି ଲାଗେ” ଲୋକାର୍ପିତ ହୋଇଯାଇଛି। କରୋନା ପାଇଁ ଅନୁଷ୍ଠାନିକ ମହୋତ୍ସବ ସବୁ ବନ୍ଦ ଥିବାରୁ ଭୁବନେଶ୍ୱରସ୍ଥିତ ଏକ ପାର୍କରେ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରେ ଉଭେଣ୍ଟସ ପବ୍ଲିକେଶନର ପ୍ରକାଶକ ତଥା ଗାଳ୍ପିକ ପ୍ରକାଶ ମହାପାତ୍ର , ସଙ୍ଗୀତ ନିର୍ଦ୍ଦେଶକ ଓମ ପ୍ରକାଶ ମହାନ୍ତି , ଅଧ୍ୟାପକ ସଂଗ୍ରାମ ମହାପାତ୍ର , କବୀ ବେବିନା ରଥ , କଥାକାର ନିହାର ରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ପୁସ୍ତକଟି ଗୋଟେ ସୃଜନ ଉତ୍ତରଣର ପରିପ୍ରକାଶ ବୋଲି ଗାଳ୍ପିକ ପ୍ରକାଶ ମହାପାତ୍ର କହିଥିଲେ ।

Leave A Reply

Your email address will not be published.