Latest Odisha News

BREAKING NEWS

ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ତର୍ଜମା କରାଯିବ । ଉଚ୍ଚନ୍ୟାୟାଳୟ କି ନିର୍ଦ୍ଦେଶ କିମ୍ବା ପରାମର୍ଶ ଦେଇଛନ୍ତି ତାକୁ ଦେଖିବା ପରେ ବିଭାଗ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି  ।

ସେହିପରି ଗଜପତି ଜିଲ୍ଲାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ସ୍କୁଲ ଯିବା ପୂର୍ବରୁ ଶିକ୍ଷକମାନଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ଯେଉଁମାନେ ପଜିଟିଭ ହୋଇଛନ୍ତି ସେମାନେ ଆଇସୋଲେସନରେ ଅଛନ୍ତି ।

ଯେଉଁଠି ଶିକ୍ଷକ ଅଭାବ ରହିଛନ୍ତି ଅନ୍ୟସ୍ଥାନରୁ ଶିକ୍ଷକ ଆଣି ପାଠ ପଢାଯାଉଛି । ସଂକ୍ରମଣ ପାଇଁ ବିଭାଗ ସଜାଗ ରହିଛି । ବିଭିନ୍ନ ଟିମ ସ୍କୁଲକୁ ଗସ୍ତ କରି ଅନୁଧ୍ୟାନ କରୁଛନ୍ତି । ଆଜି ଖୋର୍ଦ୍ଧା, ନୟାଗଡ଼ ଏବଂ ବୌଦ୍ଧ ଜିଲ୍ଲାର କିଛି ସ୍କୁଲ ପରିଦର୍ଶନ କରିବେ ମନ୍ତ୍ରୀ ସମୀର ଦାସ ।

Leave A Reply

Your email address will not be published.