Latest Odisha News

BREAKING NEWS

ମାନିଲା ଚୀନ, ଗଲୱାନ ହିଂସାରେ ମରିଥିଲେ ତା’ର ସୈନିକ

ନୂଆଦିଲ୍ଲୀ: ଏଲଏସିରେ ଭାରତ-ପାକିସ୍ତାନ ମଧ୍ୟରେ ବର୍ଷେରୁ ଅଧିକ ସମୟ ହେବ ଲାଗି ରହିଥିବା ଉତ୍ତେଜନା କମୁଛି । ଉତ୍ତେଜନା ଥମୁଥିବା ବେଳେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ ସୈନିକ ମରିଥିବା ପ୍ରଥମଥର ଲାଗି ବେଜିଂ ସ୍ୱୀକାର କରିଛି । ଜୁନ୍ ୨୦୨୦ରେ ଏଲଏସିରେ ହୋଇଥିବା ସଂଘର୍ଷରେ ମୃତ୍ୟୁବରଣ କରିଥଇବା ୪ ଜଣ ସୈନିକଙ୍କ ସୂଚନା ଦେଇଛି ଚୀନ । ଗଲୱାନ ହିଂସାରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ ।

ଗ୍ଲୋବାଲ ଟାଇମ୍ସ ଅନୁସାରେ, କାରାକୋରମ ପର୍ବତରେ ମୁତୟନ ୫ ଚୀନ ଯବାନଙ୍କ ବଳିଦାନକୁ ମନେ ପକାଇଛି ଚୀନର କେନ୍ଦ୍ରୀୟ ସୈନ୍ୟ ଆୟୋଗ । ସେମାନେ ହେଉଛନ୍ତି- ପିଏଲଏ ଶିନଜିୟାଙ୍ଗ ମିଲିଟ୍ରି କମାଣ୍ଡର ରେଜିମେଣ୍ଟଲ କମାଣ୍ଡର କ୍ୟୁଇ ଫବାଓ, ଚେନ୍ ହୋଙ୍ଗୁନ, ଜିୟାନଗାଁଙ୍ଗ, ଜିଓ ସିୟୁଆନ ଓ ୱାଙ୍ଗ ଜୁଆରୋନ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଗଲୱାନ ହିଂସାରେ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଉଦ୍ଧାର ବେଳେ ନଦୀରେ ଭାସିଯାଇ ହୋଇଥିଲା ।

ତେବେ, ଗଲୱାନ ହିଂସାରେ ଚୀନ ମୃତ ସୈନିକଙ୍କ ସଂଖ୍ୟା ବହୁତ୍ କମ କହିଛି । ବିଗତଦିନରେ ନର୍ଦ୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟିନେଣ୍ଟ ଜେନରାଲ ବାଇକେ ଯୋଶୀ କହିଥିଲେ- ଗଲୱାନ ଘାଟି ହିଂସା ପରେ ୫୦ ଚୀନ ସୈନିକଙ୍କୁ ଗାଡ଼ିରେ ନିଆଯାଇଥିଲା । ଗଲୱାନ ହିଂସାରେ ଚୀନ ସେନାର ଏକାଧିକ ଲୋକ ମରିଥିଲେ ।

ଗତବର୍ଷ ଜୁନରେ ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲା । ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏଥିରେ ଚୀନର ସୈନିକ ମରିଥିବା ବେଳେ ଚୀନ ପକ୍ଷରୁ ବିଦ୍ଧିବଧ ଭାବେ ଯବାନଙ୍କ ମୃତ୍ୟୁ ନେଇ କୌଣସି ବୟାନ ଦେଇନଥିଲା ।

Leave A Reply

Your email address will not be published.