Latest Odisha News

କ୍ରିକେଟରେ ଷ୍ଟାର କଲଚର ନେଇ ଗୌତମଙ୍କ ଗମ୍ଭୀର ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଗୌତମ ଗମ୍ଭୀର ଆଜି ଏକ ସାକ୍ଷାତକାରରେ କ୍ରିକେଟକୁ ନେଇ ଗମ୍ଭୀର ବୟାନ ଦେଇଛନ୍ତି । ଷ୍ଟାର କଲଚର ନେଇ ସେ ପ୍ରଶଂସକଙ୍କ ସମେତ ବୋର୍ଡ ଉପରେ ପ୍ରଶ୍ନ ଉଠାଇଛନ୍ତି । ୧୯୮୩ରେ ଭାରତ ବିଶ୍ୱକପ ବିଜୟୀ ହେବା ପରେ କପିଳ ଦେବ ରାତାରାତି ଷ୍ଟାର ପାଲଟି ଯାଇଥିଲେ । କେବଳ କପିଳଙ୍କ ଯୋଗୁ ଭାରତ ଚାମ୍ପିୟନ ହୋଇଥିଲା । ଦଳରେ ଅନ୍ୟ କାହାର କଣ କିଛି ଭୂମିକା ନ ଥିଲା । ସେହିପରି ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କୁ ଜୋର ଜବରଦସ୍ତ ହୀରୋ କରାଯାଉଛି । ଖରାପ ଫର୍ମ ପରେ ଏସିଆ କପରେ କୋହଲି ଶତକ ମାରିବା ଖୁସିର କଥା । ମାତ୍ର ଏହାକୁ ନେଇ ପ୍ରଶଂସକ ଏବଂ ସୋସିଆଲ ମିଡିଆର ୟୁଜର୍ସମାନେ ଯେଉଁ ଭଳି ମାତିଗଲେ ତାହା ଉଚିତ ନୁହେଁ । ସେହି ମ୍ୟାଚରେ ଭୁବନେଶ୍ୱର କୁମାର ୫ଟି ୱିକେଟ ଅକ୍ତିଆର କରିଥିବା କଥା କେହି ମନେ ରଖି ନ ଥିବେ ।

ସର୍ବଦା କ୍ରିକେଟକୁ ହୀରୋ କର । ଖେଳାଳିମାନେ ଆସିବେ ଯିବେ । ଏହି ଷ୍ଟାର କଲଚରରୁ ଆମକୁ ବାହାରିବାକୁ ପଡିବ । ଗମ୍ଭୀର ଆଉ ଏକ ଉଦାହରଣ ଦେଇ କହିଥିଲେ ବିଶ୍ୱକପ ପୂର୍ବରୁ କୋହଲିଙ୍କୁ ଓପିନଂ କରାଇବା ନେଇ କିଛି ସ୍ଥାନରେ ଆଲୋଚନା ହେଉଛି । ଏହା କଣ ଯୁକ୍ତିଯୁକ୍ତି । ରଣନୀତି ପ୍ରସ୍ତୁତ କରିବା ଭିନ୍ନ କଥା, କିନ୍ତୁ ଖୋଲା ଖୋଲି ଭାବେ ଏ ଭଳି ବୟାନ ଯୋଗୁ କେଏଲ ରାହୁଲଙ୍କ ମାନସିକତା କିପରି ରହିଥିବା ତାହା କେହି ବୁଝିବାକୁ ଚେଷ୍ଟା କରୁଛି କି ବୋଲି ଗମ୍ଭୀର କହିଛନ୍ତି ।

Leave A Reply

Your email address will not be published.