Latest Odisha News

BREAKING NEWS

ସତ ହେଲା ୬ ବର୍ଷ ତଳେ ଗମ୍ଭୀର କରିଥିବା ଭବିଷ୍ୟବାଣୀ

କୋଲକାତା: ସଞ୍ଜୁ ସାମସନଙ୍କ ଐତିହାସିକ ଇନିଂସ ବଳରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ୧୯୬ ରନର ଟାର୍ଗେଟକୁ ଭାରତ ପିଛା କରିଥିଲା । ସଞ୍ଜୁ ୫୦ ବଲରେ ୧୨ ଚୌକା ଓ ୪ ଛକା ସହାୟତାରେ ୯୭ ରନର ଇନିଂସ ଖେଳିଥିଲେ । ସଞ୍ଜୁଙ୍କୁ ନେଇ ଟିମ ଇଣ୍ଡିଆର କୋଚ ଗୌତମ ଗମ୍ଭୀର ୬ ବର୍ଷ ତଳେ ବଡ ଭବିଷ୍ୟବାଣୀ କରିଥିଲେ । ଯାହା ଏବେ ସତ ହୋଇଛି ।

୨୦୨୦ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସଞ୍ଜୁ ଖେଳୁଥିଲେ । ସେତେବେଳେ ଗମ୍ଭୀର କହିଥିଲେ ସଞ୍ଜୁ ବର୍ତମାନ ଭାରତର ଶ୍ରେଷ୍ଠ ୱିକେଟକିପର ବ୍ୟାଟ୍ସମ୍ୟାନ । ସେ ଯଦି ଭାରତ ପକ୍ଷରୁ ନ ଖେଳିବେ ତେବେ ତାହା ଆମର ବଡ କ୍ଷତି ହେବ । ରୋହିତ ଶର୍ମା ଓ ବିରାଟ କୋହଲି ତାଙ୍କୁ ସମର୍ଥନ ଦେବା ଆବଶ୍ୟକ । ସେ ନିଶ୍ଚିତ ଭାବେ ଆଗାମୀ ଦିନରେ ବିଶ୍ୱର ଏକ ବଡ ବ୍ୟାଟ୍ସମ୍ୟାନ ଭାବେ ଉଭା ହେବେ । ସଞ୍ଜୁ ଏବେ ଭଲ ପ୍ରଦର୍ଶନ କରିବା ପରେ ଗମ୍ଭୀର ବେଶ ଖୁସୀ ଅଛନ୍ତି ।

ସେ ୱାର୍ଲ୍ଡ କ୍ଲାସ ପ୍ଲେୟାର, ତାଙ୍କ ଦକ୍ଷତା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଆଗାମୀ ୨ଟି ମ୍ୟାଚରେ ମଧ୍ୟ ସେ ଭଲ ପ୍ରଦର୍ଶନ କରି ଭାରତକୁ ଚାମ୍ପିୟନ କରାଇବେ ବୋଲି ଗମ୍ଭୀର ଆଶା ବ୍ୟକ୍ତ କରିଛନ୍ତି । ୨୦୧୧ ବିଶ୍ୱକପ ଫାଇନାଲରେ ଗମ୍ଭୀର ୯୭ ରନର ଚମତ୍କାର ଇନିଂସ ଖେଳିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଭାରତ ଚାମ୍ପିୟନ ହୋଇଥିଲା । ଏବେ ଦୀର୍ଘ ଦିନ ପରେ ତାଙ୍କ ଶିଷ୍ୟ କମାଲ କରିଛନ୍ତି ।

Leave A Reply

Your email address will not be published.