Latest Odisha News

BREAKING NEWS

ପ୍ରଚାର, ପ୍ରସାରରେ ଧୋନୀ ହୀରୋ, ଯୁବରାଜ ଭାରତକୁ ୨ଥର ବିଶ୍ୱକପ ଜିତାଇଛନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ପୁନର୍ବାର ଚର୍ଚ୍ଚାରେ କାରଣ ସାଜିଛନ୍ତି । କ୍ରିକେଟର୍ସଙ୍କୁ ଅନାବଶ୍ୟକ ଗୁରୁତ୍ୱ ଦେବା ନେଇ ସେ ସମାଲୋଚନା କରିଛନ୍ତି । ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲିଙ୍କ ପରି ଖେଳାଳିଙ୍କୁ ବ୍ରଡକାଷ୍ଟର୍ସ ଓ ମିଡିଆ ହୀରୋ ଭାବେ ପ୍ରସ୍ତୁତ କରିଛନ୍ତି । ଯେଉଁ ଖେଳାଳିଙ୍କ ପ୍ରଦର୍ଶନ ବଳରେ ତୁମେ ବିଶ୍ୱକପ ଜିତିଛ ତାକୁ ପ୍ରଶଂସମାନେ ଅଣଦେଖା କରିବା ଗ୍ରହଣୀୟ ନୁହେଁ । ସେ କହିଛନ୍ତି ଯୁବରାଜ ସିଂଙ୍କ ପ୍ରଦର୍ଶନ ଯୋଗୁ ଭାରତ ୨୦୦୭ ଓ ୨୦୧୧ ବିଶ୍ୱକପ ଜିତିଛି । ଅଥଚ ତାଙ୍କୁ ଯେତିକି ଶ୍ରେୟ ମିଳିବା କଥା ତାଠାରୁ ଅନ୍ୟମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ସେ ଧୋନୀଙ୍କ ନାମ ନ ନେଇ କହିଥିଲେ, ଜଣେ ଖେଳାଳି ତାଙ୍କ ପିଆର ଯୋଗୁ ସମସ୍ତ ଶ୍ରେୟ ନିଜ ଆଡକୁ ମୋଡିବାରେ ଦକ୍ଷତା ରଖିଛନ୍ତି । କ୍ରିକେଟ ପ୍ରତି ଭାରତୀୟଙ୍କ ଅତ୍ୟଧିକ ପାଗଳାମୀର ଫାଇଦା ସେମାନେ ଉଠାଇଛନ୍ତି ।

ଏବେ ତୁମେ ଜଣେ ପ୍ରଶଂସକଙ୍କୁ ବିଶ୍ୱକପରେ ଯୁବିଙ୍କ ପ୍ରଦର୍ଶନ ସମ୍ପର୍କରେ ପଚାର, ସେ କିଛି କହିପାରିବ ନାହିଁ । କିନ୍ତୁ ଧୋନୀ ବିଶ୍ୱକପ ଜିତାଇଲେ ବୋଲି ଦୃଢ଼ତାର ସହ କହିବ । ୧୯୮୩ ବିଶ୍ୱକପରେ ମହିନ୍ଦର ଅମରନାଥଙ୍କ ପ୍ରଦର୍ଶନଙ୍କୁ କେତେ ଜଣ ମନେ ରଖିଛନ୍ତି ବୋଲି ଗମ୍ଭୀର ପ୍ରଶ୍ନ କରିଛନ୍ତି । ପୂର୍ବରୁ ହରଭଜନ ସିଂ ମଧ୍ୟ ଭାରତକୁ ଜଣେ ବ୍ୟକ୍ତି ବିଶ୍ୱକପ ଜିତାଇ ନାହାନ୍ତି ବୋଲି କହିଥିଲେ ।

Leave A Reply

Your email address will not be published.