Latest Odisha News

BREAKING NEWS

ମମତାଙ୍କୁ ଦ୍ବିତୀୟ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ

କୋଲକାତା: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଡିଆଁ ପର୍ବ ଜାରି ରହିଛି । ଜଣେ ପରେ ଜଣେ ନେତା ଟିଏମସି ଛାଡ଼ି ବିଜେପିରେ ସାମିଲ ହେଉଥିବା ବେଳେ ପୁଣି ଜଣେ ଟିଏମସି ବିଧାୟକ ଦଳ ଛାଡ଼ିଛନ୍ତି । ଡାଏମଣ୍ଡ ହାର୍ବର ବିଧାୟକ ଦୀପକ ହଳଦର ଦଳ ଛାଡ଼ିଥିବା ଜଣାପଡ଼ିଛି ।

ଏହା ପୂର୍ବରରୁ ମମତା ସରକାରଙ୍କ ମନ୍ତ୍ରୀ ରାଜୀବ ବାନାର୍ଜୀ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଗତବର୍ଷ ଡିସେମ୍ବରରେ ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ଏହି ସମୟରେ ଦିଦିଙ୍କ ନିକଟତର ଶୁଭେନ୍ଦୁ ଅଧିକାରୀ ବିଜେପିରେ ସାମିଲ ହୋଇଥିଲେ । ଏହାପରଠୁ ଟିଏମସି ଭିତରେ କନ୍ଦଳ ଲାଗି ରହିଛି । ନେତା ଦଳ ଛାଡ଼ି ‘ପଦ୍ମ’ ଧରୁଛନ୍ତି । ଜାନୁଆରୀରେ ରାଜ୍ୟର ଶାନ୍ତିପୁର ବିଧାନସଭା ସିଟ୍‌ର ତୃଣମୂଳ ବିଧାୟକ ଅରିନ୍ଦମ ଭଟ୍ଟାଚାର୍ଯ୍ୟ ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.