Latest Odisha News

ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପନିପରିବା ଭେଟି ଦେଲେ କଂଗ୍ରେସ ନେତା

ଭୁବନେଶ୍ୱର: ରାସ୍ତା ତିଆରି ପାଇଁ ଯନ୍ତ୍ରୀଙ୍କୁ ପରିବା ଭେଟି । ଏଭଳି ନିଆରା ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କର୍ମୀ ପ୍ରତିବାଦ କରିଛନ୍ତି । ପ୍ରାଚୀ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଲାଞ୍ଚ ଭାବେ ପନିପରିବା ଦେଇଛନ୍ତି । କହିଛନ୍ତି, ଲାଞ୍ଚ ଭାବେ ପନିପରିବା ଗ୍ରହଣ କରନ୍ତୁ, ରାସ୍ତା କରନ୍ତୁ ।

ପ୍ରତିବାଦ ନେଇ କଟକ କଂଗ୍ରେସ ଜିଲ୍ଲା ସଭାପତି ମାନସ ଚୌଧୁରୀ କହିଛନ୍ତି, ୫୦ ପରିବାର ରହୁଥିବା ଗାଁକୁ ରାସ୍ତା କରିବାକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିବେଦନ କରିଛି । ରାସ୍ତା କାମ ଆରମ୍ଭ ହୋଇଥିବା ବେଳେ ଅଧାରୁ ବନ୍ଦ ରହିଛି । ଆଜି ଯାଏ ୪୦୦ ମିଟର ରାସ୍ତା ହୋଇ ପାରୁନାହିଁ ।

ପନିପରିବା ଦେବା ସହ ଯାଇଥିବା କଂଗ୍ରେସ ନେତା ଯନ୍ତ୍ରୀଙ୍କୁ ପିନ୍ଧିଥିବା ପ୍ୟାଣ୍ଟ ଓ ସାର୍ଟ ଦେଇଥିଲେ । କହିଥିଲେ ଲାଞ୍ଚ ହିସାବରେ ଟଙ୍କା ପରିବର୍ତ୍ତେ ଏସବୁ ଚାଷୀଙ୍କ ଠାରୁ ଗ୍ରହଣ କରନ୍ତୁ । କଂଗ୍ରେସ ନେତା କହିଛନ୍ତି, ସରକାରୀ ଅଫିସରେ ଲାଞ୍ଚ ଦିଆନିଆର ଏହା ଟ୍ରେଲର୍ । ଯେଉଁ ସରକାରୀ ଅଧିକାରୀ ଜନମଙ୍ଗଳ କାମ ପାଇଁ ଟଙ୍କା ମାଗିବେ ପୋଷାକ ଖୋଲି ଦେବୁ ବୋଲି ଚେତୀବନୀ ଦେଇଛନ୍ତି କଂଗ୍ରେସ ନେତା ।

ଅନ୍ୟପଟେ କଂଗ୍ରେସ ନେତାଙ୍କ ଅଭିଯୋଗକୁ ଯନ୍ତ୍ରୀ ଅଗ୍ରାହ୍ୟ କରିବା ସହ କହିଛନ୍ତି, ମୁଁ ରାସ୍ତା ବିଷୟରେ ଅବଗତ ନଥିଲି । ତେବେ ସପ୍ତାହକ ମଧ୍ୟରେ ରାସ୍ତା କାମ କରିବା ନେଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ।

Leave A Reply

Your email address will not be published.