ଭୁବନେଶ୍ୱର : ବାଗଦେବୀ ପ୍ରକାଶନ ପକ୍ଷରୁ ଲେଖକ ପଞ୍ଚାନନ କାନୁନ୍ଗୋଙ୍କ ଦ୍ୱାରା ରଚିତ ଲୋକ ଇତିହାସ ମାଳାର ୪ର୍ଥ ଖଣ୍ଡ ‘ଗାନ୍ଧିଜୀର ଓଡ଼ିଶା ଆବିଷ୍କାର’ ପୁସ୍ତକ ଜନାର୍ଦ୍ଧନ ପତିଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି ।
ଏହି ଅବସରରେ ଶ୍ରୀ ପତି କହିଲେ ଯେ, ଭାରତ ବର୍ଷରେ ସାଂପ୍ରଦାୟିକ ଶକ୍ତିମାନେ ଯେତେଚେଷ୍ଟା କଲେ ମଧ୍ୟ ଗାନ୍ଧୀବାଦର ମୃତ୍ୟୁ କରିପାରିବେ ନାହିଁ ଭାରତବର୍ଷରେ ଯେତେଦିନ ପର୍ଯ୍ୟନ୍ତ ରାମଧୁନ ବଞ୍ଚି ରହିଛି । ସେତେଦିନ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଭାରତବାସୀଙ୍କ ହୃଦୟରେ ରହିଥିବେ ।
ଆର୍ଯ୍ୟ ଜ୍ଞାନେନ୍ଦ୍ରଙ୍କ ପୌରାହିତରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ, ବିଶିଷ୍ଟ ଗାନ୍ଧୀବାଦି ପ୍ରହ୍ଲାଦ ସିଂହ, ପୁସ୍ତକର ସମୀକ୍ଷା କରି କହିଲେ ଯେ, ଚଳିତବର୍ଷ ଓଡ଼ିଶା ପାଇଁ ଏକ ଗୌରବର ବର୍ଷ । ଭାଷାଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବାର ୧୬ ବର୍ଷ ପୂର୍ବରୁ ଗାନ୍ଧିଜୀ ଓଡ଼ିଶାବାସୀଙ୍କ ପାଇଁ ପଣ୍ଡିତ ଉତ୍କଳ ଗୋପବନ୍ଧୁ ଦାସ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ କରିଥିଲେ । ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ, ଗାନ୍ଧିଜୀ ଜୀବନ କାଳ ମଧ୍ୟରେ ୮ ଥର ଓଡ଼ିଶା ଗ୍ରସ୍ତ କରିଥିଲେ ଓ ସେ ଓଡ଼ିଶାର ପାଣି ପବନ ଓ ଓଡ଼ିଶାବାସୀଙ୍କୁ ପ୍ରାଣ ଦେଇ ଭଲ ପାଉଥିଲେ।
ପରିଶେଷରେ ପୁସ୍ତକର ଲେଖକ ଶ୍ରୀ କାନୁନ୍ଗୋ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଠ ଗାନ୍ଧୀବାଦୀ, ଗାନ୍ଧୀ ଆଦର୍ଶକୁ ଭଲ ପାଉଥିବ ବ୍ୟକ୍ତି, ବୁଦ୍ଧିଜୀବି, ଛାତ୍ର, ଯୁବକମାନେ ଯୋଗ ଦେଇଥିଲେ ।
Comments are closed.