Latest Odisha News

BREAKING NEWS

ନେହେରୁଙ୍କୁ ଗାନ୍ଧିଜୀଙ୍କ ଶେଷ ଚିଠି; ଫଟୋ ସେୟାର କଲେ ଜୟରାମ ରମେଶ

ନୂଆଦିଲ୍ଲୀ: ଦୁଇ ଦିନ ତଳେ ନଭେମ୍ବର ୧୪ ତାରିଖରେ ସାରାଦେଶ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ତାଙ୍କର ୧୩୧ ତମ ଜନ୍ମ ବାର୍ଷିକୀରେ ମନେ ପକାଉଥିଲା । ଏହି ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ସ୍ୱାଧୀନ ଭାରତର ଏହି ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ମହାତ୍ମା ଗାନ୍ଧୀ ପ୍ରଦାନ କରିଥିବା ଶେଷ ଚିଠିର ଫୋଟୋ ସେୟାର କରିଛନ୍ତି।

“ ଦିଲ୍ଲୀରେ ସାମ୍ପ୍ରଦାୟିକ ତିକ୍ତତା ଯୋଗୁଁ ନେହେରୁ ଦିନେ ଦୁଇ ଦିନ ହେବ ଖାଦ୍ୟ ଗ୍ରହଣ କରିନଥିଲେ। କୌଣସି ମଧ୍ୟମରୁ ଗାନ୍ଧିଜୀ ଏହା ଜାଣିବାକୁ ପାଇଥିଲେ ଏବଂ ନେହେରୁଙ୍କୁ ଉପବାସକୁ ଭଙ୍ଗ କରିବାକୁ ପରାମର୍ଶ ଦେଇଥିବା ରମେଶ ଟ୍ୱିଟ୍ କରି ଲେଖିଛନ୍ତି।

Comments are closed.