Latest Odisha News

ବିଜେପିରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ

ଗଁଦିଆ: ବିଜେପିରେ ମିଶିଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନା ରାଣୀ ଖଟୁଆ। ବିଜେଡି ଛାଡ଼ି ସେ ଆଜି  ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି । ରୀନାଙ୍କ ସହ ୩୦ଜଣ ବିଜେଡି ସମର୍ଥିତ ସରପଞ୍ଚ ଏବଂ ସମିତିସଭ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି ।

ବ୍ଲକର ଉନ୍ନତି ନହେବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ବିଜେଡି ଛାଡ଼ିବା ପରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କୁ ସେ ସମସ୍ତ ଘଟଣା ପାଇଁ ଦାୟୀ। ସେ କହିଛନ୍ତି, ଦଳ ହାରିବା ପରଠୁ ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରୁନି। ଏନେଇ ସେ  ବାରମ୍ବାର ବିଧାୟକ ସୁଧୀର ସାମଲକୁ ଜଣାଇ ଥିଲେ ଫଳ ଶୂନ। ସେପଟେ ରୀନାଙ୍କୁ ବିଜେପିରେ ମିଶାଇଥିବା ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି- ରୀନାରାଣୀଙ୍କ ଯୋଗଦାନ ଆମକୁ ଶକ୍ତିଶାଳୀ କରିବ। ସୂଚନାଯୋଗ୍ୟ ଆଜି ସକାଳେ ରୀନାରାଣୀଙ୍କୁ ବିଜେଡି ନିଲମ୍ବନ କରିଥିଲା।

Comments are closed.