Latest Odisha News

BREAKING NEWS

ପବିତ୍ର ଗଣେଶ ଚତୁର୍ଥୀ: ସବୁଠି ଚାଲିଛି ଗଜାନନଙ୍କ ଆରାଧନା

ଭୁବନେଶ୍ବର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଗଜାନନ  । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । ସବୁଠି ଗଜାନନଙ୍କୁ ପୂଜାର୍ଚ୍ଚନା କରାଯାଉଛି  । ସୁଉଚ୍ଚ ତୋରଣ ସାଙ୍ଗକୁ ବିଶାଳକାୟ ମେଢ ଏବଂ ରଙ୍ଗୀନ ଆଲୋକମାଳା ଆଖି ଝଲସାଇ ଦେଉଛି  । ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ସାରା ପରିବେଶ  । କେବଳ ମେଢ ବୁଲିବା ନୁହେଁ ଲୋକଙ୍କ ମନୋରଞ୍ଜନ ଲାଗି ବିଭିନ୍ନ ସ୍ଥାନରେ ମୀନାବଜାର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି  ।

ବିଶେଷ କରି ଭୁବନେଶ୍ବର, ଜଟଣୀ ଓ ତାଳଚେରରେ ଧୂମଧାମ ସହକାରେ ପୂଜା ପାଳନ କରାଯାଉଛି  । ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ୟ ଗଜାନନଙ୍କୁ ଆରାଧନା କରାଯାଉଛି । ସେପଟେ ପୂଜାକୁ କିପରି ସୁରୁଖୁରୁରେ ସମ୍ପାଦନ କରାଯିବ ସେ ନେଇ ପ୍ରଶାସନ ମଧ୍ୟ ତତ୍ପର ରହିଛି  । ସବୁଠି ସୁରକ୍ଷା ବ୍ୟବସ୍ଥାକୁ ପ୍ରାଧାନ୍ୟ ଦିଆଯାଇଛି ।

Leave A Reply

Your email address will not be published.