Latest Odisha News

BREAKING NEWS

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା; ୬ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ

ଗଞ୍ଜାମ: ଗୋପାଳପୁରରେ ଗଣଦୁଷ୍କର୍ମ ମାମଲାରେ ୬ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ବ୍ରହ୍ମପୁର SDJM ଅନୁମତି ଦେଇଥିଛନ୍ତି । ବ୍ରହ୍ମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜ୍ରିଷ୍ଟେଟ କୋର୍ଟଙ୍କଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ଦୁଇଦିନିଆ ରିମାଣ୍ଡ ମଞ୍ଜୁର ହୋଇଛି।

ସୂଚନା ଅନୁସାରେ ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ମାମଲାର ତ୍ବରିତ ଫଇସଲା ପାଇଁ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ।

କ୍ରାଇମବ୍ରାଞ୍ଚ ଟିମ ମଙ୍ଗଳବାର ଅପରାହ୍ନରେ ୬ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟରେ ସାସ୍ଥ୍ୟ ଯାଞ୍ଚ କରାଯିବା ପରେ ଗୋପାଳପୁର ଥାନାକୁ ନିଅଯାଇଥିଲା। ସେଠାରେ କ୍ରାଇମବ୍ରାଞ୍ଚ ଟିମ୍‌ ଅଭିଯୁକ୍ତମାନଙ୍କୁ ଘଟଣା ସମ୍ପର୍କ ଜେରା କରିଥିବା ସୂଚନା ରହିଛି। ଏଥିସହ ଦକ୍ଷିଣାଞ୍ଚଳ ଆଇଜି ମଧ୍ୟ ଉପସ୍ଥିତ ରହି ସେମାନଙ୍କୁ ଜେରା କରିଥିବା ସୂଚନା ମିଳିଛି ।

ଗତ ରଜ ସଂକ୍ରାନ୍ତିରେ ଗୋପାଳପୁର ବିଚ୍ ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା। ଗୋପାଳପୁର ଗଣଦୁଷ୍କର୍ମର ୧୦ ସଇତାନଙ୍କ ମଧ୍ୟରେ ଅଛନ୍ତି ୪ ନାବାଳକ । ୩ ଜଣ ଗଣଦୁଷ୍କର୍ମ କରିଥିବାବେଳେ ଅନ୍ୟମାନେ ସହଯୋଗ କରିଥିଲେ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁରର ପ୍ରମୋଦ ନାୟକ ନାଁରେ ପୂର୍ବରୁ ମଧ୍ୟ ୨ଟି ମାମଲା ରହିଛି। ଅନ୍ୟ ଦୁଇ ଦୁଷ୍କର୍ମକାରୀ ହେଲେ ବାବୁରାମ ଦଳାଇ ଏବଂ କୁନାଲ ପ୍ରଧାନ। ୪ ଜଣ ନାବାଳକ ବାଳସୁଧାର ଗୃହରେ ଅଛନ୍ତି ।

ଶୁକ୍ରାବର କେବଳ ବ୍ରହ୍ମପୁର ଜେଲ୍‌ରେ ଥିବା ଅଭିଯୁକ୍ତଙ୍କୁ ଟିଆଇ ପରେଡ୍‌ରେ ଚିହ୍ନଟ କରିଥିଲେ ପୀଡ଼ିତା ।

Comments are closed.