Latest Odisha News

BREAKING NEWS

୨୨ ବର୍ଷ ହେବ ମେକଅପ ବାହାର କରି ନାହାନ୍ତି ଏହି ମହିଳା

ବେଜିଂ: ଚୀନର ୩୭ ବର୍ଷୀୟା ମହିଳା ନିୟୁୟୁମିୟାନ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚିତ ହୋଇ ପଡିଛନ୍ତି । ଏହି ମହିଳାଜଣଙ୍କ ୨୨ ବର୍ଷ ହେବ ମେକଅପ ବାହାର କରି ନାହାନ୍ତି । ବିଶ୍ୱାସ ହେଉ ନ ଥିଲେ ବି ଏହା ସତ୍ୟ । ୧୪ ବର୍ଷ ବୟସରେ ବ୍ରଣର ଉପଚାର ପାଇ ସେ ଏକ ଶସ୍ତା ଫାଉଣ୍ଡେସନର ବ୍ୟବହାର କରୁଥିଲେ । ସେବେଠାରୁ ସେ ଏହାକୁ ଲଗାଇ ଆସୁଛନ୍ତି । ସୁନ୍ଦର ଦେଖାଯିବା ପାଇଁ ସେ ଅନ୍ୟ ପ୍ରକାରର କ୍ରିମ ଏହା ଉପରେ ଲଗାଉଥିଲେ । ଆଲର୍ଜି ହେବା ପରେ ମଧ୍ୟ ସେ ଏହାକୁ ବଦଳାଇ ନ ଥିଲେ । ଅସହଜ ମନେ କରୁଥିଲେ ମଧ୍ୟ ସେ ଉପଚାର ପାଇଁ କସମେଟିକ ଟ୍ରିଟମେଂଟ ଓ ଇଂଜେକଶନ ମଧ୍ୟ ନେଉଥିଲେ ।

ଧିରେ ଧିରେ ତାଙ୍କ ମୁହଁ ନାଲି ପଡିବା ସହ ଫୁଲିବାକୁ ଲାଗିଲା । ଏହା ସତ୍ୱେ ସେ ଏହାକୁ ଗୁରୁତ୍ୱ ସହକାରେ ନେଉ ନ ଥିଲେ । ଏବେ ସେ ପ୍ରାଥମିକ ଉପଚାରରେ ଅଛନ୍ତିି । ସୋସିଆଲ ମିଡିଆରେ ଏହା ପ୍ରସାରିତ ହେବା ପରେ ଭାଇରାଲ ହୋଇଥିଲା । ତାଙ୍କ ମୂର୍ଖତା ନେଇ ୟୁଜର୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅନେକ ତାଙ୍କୁ ଏ ନେଇ ଟ୍ରୋଲ କରିବାରେ ଲାଗିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ତାଙ୍କୁ ଆଉ କିଛି ଦିନ ସମୟ ଲାଗିବ ବୋଲି ଡାକ୍ତର କହିଛନ୍ତି ।

Comments are closed.