Latest Odisha News

BREAKING NEWS

ନବରଙ୍ଗପୁର କଂଗ୍ରେସ ସଭା ମଣ୍ଡପରେ ଗଙ୍ଗାଜଳ ସିଂଚନ କରିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯାଉ: କଂଗ୍ରେସ ଅନୁସୂଚିତ ଜାତି ବିଭାଗ

ଭୁବନେଶ୍ୱର: ଗତ ୨୭.୧୨.୨୦୨୧ରିଖ ସୋମବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସର ୧୦୦ବର୍ଷ ପୂର୍ତି ଅସବରରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ତରଫରୁ ଏକ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ କଂଗ୍ରେସ ଦଳର ଜାତୀୟନେତା ଯଥା ଡଃ. କହ୍ନେୟା କୁମାର, ଗୁଜୁରାଟର ମାନ୍ୟବର ବିଧାୟକ ତଥା ଦଳିତ ନେତା ଜିଗନେଶ ମେୱବାନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାର ପ୍ରଦେଶ କଂଗ୍ରେସର ପ୍ରଭାରୀ ଭକ୍ତଚରଣ ଦାସ ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଲକ୍ଷ୍ମୀ କାୱାସୀ ପ୍ରମୁଖ ଯୋଗଦାନ ଦେଇ ଜନସାଧାରଣ ଓ ଯୁବକମାନଙ୍କୁ ଏକତ୍ର ହୋଇ ନିଜକୁ ରାଷ୍ଟ୍ରୀୟ ଏକତ୍ରିକରଣ ସ୍ରୋତରେ ସାମିଲ ହେବା ପାଇଁ ବକ୍ତବ୍ୟ ପ୍ରଦାନ ସହ ହଜାର ହଜାର ସଂଖ୍ୟାରେ ଦଳିତ ଆଦିବାସୀମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସମାବେଶର ସଫଳତାରେ ଇଶ୍ୱର୍ାପରାୟଣ ହୋଇ କିଛି ତଥାକଥିତ ଅସମାଜିକ ଯୁବକ ଯଥା ଗୌରୀଶଙ୍କର, ହିମାଂଶୁ ଶେଖର ମିଶ୍ର (ଆୟୁଷ ଡାକ୍ତର), ମିହିର କୁମାର ମିଶ୍ର, ଦଳିତ ନେତା ଜିଗନେଶ ମେୱାନୀ, କହ୍ନେୟା କୁମାର, ଲକ୍ଷ୍ମୀ କାୱାସୀ ଓ ଭକ୍ତଚରଣ ଦାସମାନଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବା ସହ ଜାତିଆଣ ମନୋଭାବ ରଖି ସଭାସ୍ଥଳକୁ ପବିତ୍ର ଗଙ୍ଗାଜଳ ସିଂଚନ କରୁଥିବା ଭିଡ଼ିଓ ଭାଇରାଲ କରିଛନ୍ତି । ଯାହା ସଂପୂର୍ଣ୍ଣ ଭାବରେ ଦଳିତ ଆଦିବାସୀ ସମାଜର ସମ୍ମାନ ହାନି ହେବା ସହ ତାଙ୍କୁ ଶକ୍ତ ଆଘାତ ଦେଇଛି । ଯାହାଫଳରେ ସେମାନେ ମାନସିକ ଚାପରେ ରହିଛନ୍ତି ।

ନବରଙ୍ଗପୁର ଜିଲ୍ଲାରେ ଥିବା ଦଳିତ ଆଦିବାସୀମାନଙ୍କ ଭିତରେ ଏହା ତୀବ୍ର ଉତ୍ତେଜନା ସୃଷ୍ଟି କରିଛି । ନବରଙ୍ଗପୁର ଜିଲ୍ଲା ଏକ ଦଳିତ ଆଦିବାସୀ ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟ ୧୨% ପ୍ରତିଶତରୁ ଉର୍ଦ୍ଧ ଦଳିତ ଆଦିବାସୀ ବସବାସ କରନ୍ତି । ସ୍ୱର୍ଗତଃ ଜଗନ୍ନାଥ ତ୍ରିପାଠୀଙ୍କ ପୂର୍ବରୁ ଏହିଠାରେ ମିରୁ ହରିଜନ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ପୋଟାକୋଟା ଗ୍ରାମର ଅର୍ଜୁନ ହରିଜନ କୁଇଟ୍ ଇଣ୍ଡିଆ ମୁଭମେଂଟ୍ରେ ବ୍ରିଟିଶ ସରକାରଙ୍କ ଦ୍ୱାରା ଗିରଫ ହୋଇ ୧୯୪୨ ମସିହାରେ ବ୍ରହ୍ମପୁର ସ୍ଥିତ ଜେଲରେ ନଖାଇ ନପିଇ ଦେଶ ପାଇଁ ବଳିଦାନ ଦେଇଥିଲେ । ନବରଙ୍ଗପୁର ଜିଲ୍ଲାର ମାଟିର ସନ୍ତାନମାନେ ଦେଶ ସ୍ୱାଧୀନତାରେ ନିଜକୁ ସମର୍ପଣ କରି ସହୀଦ ଲକ୍ଷ୍ମଣ ନାଏକଙ୍କ ସମେତ ଅନେକ ଦଳିତ ଆଦିବାସୀ ନେତା ଦେଶସ୍ୱାଧୀନତାରେ ନିଜକୁ ବଳିଦାନ ଦେଇଛନ୍ତି । ତେଣୁ ଏହି ପବିତ୍ର ମାଟିରେ ବସବାସ କରୁଥିବା ଜନସାଧାରଣ ତଥା ସମଗ୍ର ରାଜ୍ୟର ଦଳିତ ଆଦିବାସୀ ମାନଙ୍କର ସମ୍ମାନକୁ କ୍ଷୁର୍ଣ୍ଣ କରିବାର ଭଳି ଯେଉଁ ଘୃର୍ଣ୍ଣ କାର୍ଯ୍ୟ ଦୋଷୀମାନେ କରିଛନ୍ତି ତାହା ନିନ୍ଦନୀୟ ଓ ଜଘନ୍ୟ ଅପରାଧ । ଗୌରୀଶଙ୍କର, ହିମାଂଶୁ ଶେଖର ମିଶ୍ର (ଆୟୁଷ ଡାକ୍ତର), ମିହିର କୁମାର ମିଶ୍ର ଗଙ୍ଗାଜଳ ସିଂଚନ କରି ନିର୍ଦ୍ଧିଷ୍ଟ ଜାତିର ଭାବଧାରାକୁ ଆକ୍ଷେପ କରି ମନ୍ତବ୍ୟ ଦେବା ଜଘନ୍ୟ ଅପରାଧ । ଏ ସଂପର୍କରେ ତା.୨୯.୧୨.୨୦୨୧ରିଖରେ ନବରଙ୍ଗପୁର ଜିଲ୍ଲା ଆଇଆଇସିଙ୍କ ନିକଟରେ ଏକ ଏଫଆଇଆର ଦରଜ କରାଯାଇଅଛି ।

ପ୍ରକାଶ ଥାଉକି, ଉକ୍ତ ତିନି ଜଣ ବ୍ୟକ୍ତି ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ସମର୍ଥକ ଅଟନ୍ତି । ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ଦଳର ଇଙ୍ଗିତରେ ସେମାନେ ଏହି ଘୃର୍ଣ୍ଣ କାମ କରିଛନ୍ତି ଯାହା ଦେଶରେ ଜାତି ଓ ଧର୍ମ ନାମରେ ଦେଶକୁ ଭାଗ ଭାଗ କରିବା ବିଶ୍ୱହିନ୍ଦୁ ପରିଷଦ ଓ ବିଜେପି ଦଳର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯିବ । ଭାରତୀୟ ସମ୍ବାଧାନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଦେଇଅଛି । ଏକ ସ୍ପର୍ଶକାତରତା ଘଟଣା ବିଷୟରେ ଏ ପର୍ଯ୍ୟନ୍ତ ସେଠାକାର ଏସପି ଓ ଜିଲ୍ଲା ପ୍ରଶାସନ କାହିଁକି ନିଜଆଡୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫଆଇଆର ଦାୟର କରିନାହାନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପ୍ରଶାସନ ଏକ ସ୍ଥାଣୁ ପାଲଟି ଯାଇଛି ପରୋକ୍ଷରେ ସରକାର ଅପରାଧୀମାନଙ୍କୁ ଘଣ୍ଟଘୋଡାଇବାରେ ସାହାର୍ଯ୍ୟ କରୁଛନ୍ତି । ଏ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ମମିତା ମେହେର ହତ୍ୟାଘଟଣାରେ ନ୍ୟାୟ ଦେଇ ପାରୁନାହାନ୍ତି । ସେହି ଜିଲ୍ଲାରେ ଜାତିବାଦ ରାଜନୀତି ଏକ ସ୍ପର୍ଶକାତରତା ଘଟଣା ଏବଂ ଅସାମ୍ବିଧାନିକ ହୋଇଥିଲେ ମଧ୍ୟ ସରକାର ସେଥିପ୍ରତି ଧ୍ୟାନ ଦେଉନାହାନ୍ତି । ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆ ବସବାସ କରୁଥିବାବେଳେ ପ୍ରଭୂ ଜଗନ୍ନାଥଙ୍କ ନିକଟରେ ସମସ୍ତେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କୌଣସି ପକ୍ଷପାତ ନଥିବାବେଳେ ନବୀନ ପଟ୍ଟନାୟକ ସରକାର ଉକ୍ତ ଘଟଣାକୁ ଅଣଦେଖା କରିବା ନିନ୍ଦନୀୟ ଅଟେ । ପରୋକ୍ଷରେ ନବୀନ ପଟ୍ଟନାୟକ ସରକାର ସମ୍ବିଧାନ ବିରୋଧି କାର୍ଯ୍ୟ କରିଥିବା ମନେ ହୁଏ । ଏଥି ପାଇଁ ସାଧାରଣରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ ଏଣୁ ସାମ୍ବିଧାନିକ ନିୟମକୁ ଭଙ୍ଗ କରି ଅସମ୍ମାନ କରି ମନୁବାଦକୁ ଆପଣାଇଥିବା ଦଳ ବିଜେପି ଓ ବିଜେଡ଼ି ସମଦାୟୀ । ଏଣୁ ତୁରନ୍ତ ଦଳିତ ନିର୍ଯ୍ୟାତନା ଆଇନ ଅନୁସାରେ ଦୋଷୀଙ୍କୁ ଗିରଫ କରିବା ପାଇଁ ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମ୍ବିଧାନକୁ ସମ୍ମାନ ଦେବା ପାଇଁ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଦାବି କରାଯାଉଛି । ଯଦି ଦୋଷୀମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ କଂଗ୍ରେସ ଅନୁସୂଚିତ ଜାତିବିଭାଗ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ସଂନ୍ତୋଷି ସିଂ ସାଲୁଜା, ପିସିସି ମୁଖପାତ୍ର ଅମିୟ ପାଣ୍ଡବ, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ଖୋର୍ଦ୍ଧା ଜିଲ୍ଲା ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଜୟନ୍ତ ଭୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.