Latest Odisha News

BREAKING NEWS

ଟିମ ଇଣ୍ଡିଆର ଜୋରଦାର ପ୍ରଦର୍ଶନ: ସେଂଚୁରିଆନରେ ପ୍ରଥମ ବିଜୟ

ସେଂଚୁରିଆନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟକୁ ଭାରତ ୧୧୩ ରନରେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଜିତିନେଇଛି । ଏଥିସହ ସେଂଚୁରିଆନରେ ଭାରତ ପ୍ରଥମ ଟେଷ୍ଟ ବିଜୟ ହାସଲ କରି ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଅଗ୍ରଣୀ ହାସଲ କରିଛି । ୩୦୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୧୯୧ ରନରେ ଅଲଆଉଟ ହୋଇ ଯାଇଥିଲା । ଅଧିନାୟକ ଡିନ ଏଲଗାର ସର୍ବାଧିକ ୭୭ ରନ କରିଥିଲେ । ମହମ୍ମଦ ସାମି, ଯଶପ୍ରୀତ ବୁମରାହ ୩ଟି ଲେଖାଁଏ ଏବଂ ମହମ୍ମଦ ସିରାଜ ଓ ଆର.ଅଶ୍ୱୀନ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ପୂର୍ବରୁ ଭାରତର ପ୍ରଥମ ଇନିଂସ ୩୨୭ ରନ ଜବାବରେ ଦକ୍ଷିଣ ଆଫ୍ରିକା ୧୯୭ ରନରେ ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଭାରତ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା । ଚଳିତ ବର୍ଷ ଆରମ୍ଭରେ ଭାରତ ଗାବା ମାଟିରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିବା ବେଳେ ସେଂଚୁରିଆନରେ ଶେଷ କରିଛି ।

Leave A Reply

Your email address will not be published.