କଟକ:କଟକ ସହରର ଆଇନ ଶୃଙ୍ଖଳାକୁ ନଜରରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି କମିଶନରେଟ୍ ପୋଲିସ । ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ କରିଛି ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ ସୂଚନା ରହିଛି । କଟକ JMFCରେ ସକିଲର ଆତ୍ମସମର୍ପଣ କରିଛି ।
ଅନ୍ୟପଟେ ଦୁଇଦିନ ତଳେ ସକିଲର ସହଯୋଗୀ ଅବଦୁଲ କାଦ୍ଦିରକୁ ଜଣେ ବ୍ୟବସାୟକୁ ଆକ୍ରମଣ କରିବା ଅଭିଯୋଗରେ ମଙ୍ଗଳାବାଗ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ସକିଲ୍ ଫେରାର ଥିଲା । ଆଜି ନିଜେ ସକିଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଫାର୍ଷ୍ଟ କ୍ଲାସ୍ ସିଟି କୋର୍ଟକୁ ଆସି ଆତ୍ମସମର୍ପଣ କରିଛି ।
Comments are closed.