Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର ଲିଙ୍କ୍ ସନ୍ଦେହରେ ଦେଶର ୨୦ଟି ସ୍ଥାନରେ ଏନଆଇଏ ରେଡ୍

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟର ଲରେନ୍ଲ ବିଶ୍ନୋଇ ଉପରେ ଏନଆଇଏ ଶିକୁଳି । ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଜେରା କରିଛନ୍ତି ଏନଆଇଏ ଓ ଦିଲ୍ଲୀ ପୋଲିସ । ଏହାପରେ ଜଣାପଡିଛିଯେ ଅନେକ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଜେଲରେ ରହି ନିଜ ନେଟଓ୍ୱର୍କ ଜାରି ରଖିଛନ୍ତି । ତେଣୁ ପ୍ରାୟ ୬ଟି ଜିଲ୍ଲାର ମୋଟ ୨୦ଟି ଠିକଣାରେ ଚଢାଉ କରିଛି ଏନଆଇଏ । ରାଜଧାନୀ ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶ, ହରିଆଣା, ପଞ୍ଜାବ ଓ ରାଜସ୍ଥାନରେ ବି ଏନଆଇଏ ବହି ସ୍ଥାନରେ ଚଢାଉ କରି ଲରେନ୍ସ ବିଶ୍ନୋଇର ସହଯୋଗୀମାନଙ୍କୁ ଖୋଜୁଛି । କିଛି ଦିନ ପୂର୍ବରୁ ତାଙ୍କୁ ପଞ୍ଜାବରୁ ଦିଲ୍ଲୀ ଆଣି ଏନଆଇଏ ମୁଖ୍ୟାଳୟରେ ପଚରାଉଚୁରା କରାଯାଇଥିଲା ।

ବିଶ୍ନୋଇ ନାଁରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାକୁ ହତ୍ୟା ଓ ଅଭିନେତା ସଲମାନ ଖାଁଙ୍କୁ ଜୀବନରୁ ମାରିବାକୁ ଧମକ ଦେବା ଅଭିଯୋଗ ରହିଛି । ବିଶ୍ନୋଇର ସହଯୋଗୀମାନଙ୍କୁ ଧରିବା ପାଇଁ ଏନଆଇଏ ଏସବୁ ଠିକଣାରେ ଚଢାଉ ଜାରି ରଖିଛି । ପୂର୍ବରୁ ୪ଜଣ ଗ୍ୟାଙ୍ଗଷ୍ଟର ସହଯୋଗୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିସାରିଛି ।

Leave A Reply

Your email address will not be published.