Latest Odisha News

BREAKING NEWS

ଆଲିଆଙ୍କ ଟଲିଉଡ୍‌ ଫ୍ୟାନ୍ସଙ୍କ ମନ ମୋହୁଛି ‘ଗଙ୍ଗୁବାଇ କାଥିଆୱାଡି’ର ତେଲୁଗୁ ଟିଜର

ନୂଆଦିଲ୍ଲୀ: ଏପ୍ରିଲ୍ ୯ରେ, ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଥିଆୱାଡି’ ତେଲୁଗୁ ଟିଜର ବଡ ପରଦାରେ ମୁକ୍ତିଲାଭ କରିଛି। ତେଲୁଗୁ ଅଭିନେତା ପୱନ କଲ୍ୟାଣ ଏବଂ ଟଲିଉଡର ପ୍ରଶଂସକମାନେ ଏହି ଫିଲ୍ମର ଟିଜରକୁ ବେଶ୍‌ ପ୍ରଶଂସା କରିଛନ୍ତି। ମୁମ୍ବାଇର ହୁସେନ୍ ଜାଇଦିଙ୍କ ପୁସ୍ତକ ମାଫିଆ କୁଇନ୍ସ ଉପରେ ଆଧାରିତ ଏହି ଫିଲ୍ମ ଦେଖିବାକୁ ଟଲିଉଡ୍‌ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଥିବା ଦେଖିବାକୁ ମିଳିଛି।

ଟ୍ରେଲରରେ, ଆଲିଆ ଭଟ୍ଟ, କାଥିଆୱାଡର ଜଣେ ବେଶ୍ୟା ଭୂମିକାରେ ଅଭିନୟ କରିଛନ୍ତି। ଆଲିଆଙ୍କ ନୂଆ ଅବତାର ନିଶ୍ଚିତ ଭାବରେ ଟଲିଉଡ ପ୍ରଶଂସକଙ୍କୁ ତାଙ୍କ ଅଭିନୟରେ ପ୍ରଭାବିତ କରିଛି। ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁଲାଇ ୩୦ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

 

Comments are closed.